ଟାଟା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ପରେ ଲାଗିଲା ନିଆଁ, ୨ ଶ୍ରମିକ ଆହତ
ରାଞ୍ଚି : ଜାମସେଦପୁର ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଏକ ବଡ ଧରଣର ବିସ୍ଫୋରଣ। ପ୍ଲାଣ୍ଟର କୋକ ଓଭେନ ଡିପାର୍ଟମେଣ୍ଟରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଉକ୍ତ ୟୁନିଟରେ ଭୟଙ୍କର ନିଆଁ ଲାଗିଯାଇଛି । ୫ଟି ଅଗ୍ନିଶମ ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
#WATCH Jharkhand | A fire broke out in a Coke plant of Tata Steel Factory in Jamshedpur due to an alleged blast in a battery. Five fire tenders at the spot, 2 labourers reportedly injured. pic.twitter.com/Y7cBhVSe1A
— ANI (@ANI) May 7, 2022
ସୂଚନା ଅନୁସାରେ ଏଥିରେ ୨ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।