ବସକୁ ବଡ଼ ଫାଇନ, ଲାଗିଲା ୩ଲକ୍ଷ ୭୦ ହଜାର ଟଙ୍କାର ଝଟକା
ସୁନ୍ଦରଗଡ଼ : ଘରୋଇ ବସକୁ ପରିବହନ ବିଭାଗର ବଡ଼ ଫାଇନ । ବସ ଉପରେ ୩ଲକ୍ଷ ୭୦ ହଜାର ଟଙ୍କାର ଝଟକା ଲାଗିଛି ।
ଦେବଗଡ଼ରୁ ବରଯାତ୍ରୀ ନେଇ ଝାଡ଼ଖଣ୍ଡ କୁରୁଡ଼େଗ ଯାଇଥିଲା ବସ୍ । ଫେରିବା ବେଳେ ସୁନ୍ଦରଗଡ଼ କରମଡ଼ିହିରେ ଧରାପଡ଼ିଲା ବସ୍ । ବସ୍କୁ ଅଟକାଇ ଯାଞ୍ଚ କରିଥିଲା ପରିବହନ ବିଭାଗ । ବସ୍ର ଇନ୍ସ୍ୟୁରାନ୍ସ, ଫିଟନେସ୍, ପରମିଟ୍ ନଥିବାରୁ ଫାଇନ୍ ହୋଇଥିଲା । ଗାଡ଼ି ଚଳାଇବା ଯୋଗ୍ୟ ନଥିବା ବେଳେ ରାସ୍ତାରେ ଗଡୁଥିଲା ବସ୍ ।