ଆଇପିଏଲ ଇତିହାସରେ ଜାଣନ୍ତୁ କିଏ କିଏ ଜିତିଛନ୍ତି ଅରେଞ୍ଜ କ୍ୟାପ୍
ମୁମ୍ବାଇ : ଇଣ୍ଡିଆନ ପ୍ରିମିଅର ଲିଗର ୧୫ତମ ସିଜିନ ଅର୍ଥାତ୍ ଆଇପିଏଲ୍ ୨୦୨୨ ପାଇଁ ବିଗୁଲ ବାଜି ସାରିଛି । ଆସନ୍ତା ମାର୍ଚ୍ଚ ୨୬ରୁ ୧୦ଟି ଟିମ୍ ମଧ୍ୟରେ ଟାଇଟେଲ ଲଢ଼େଇ ପାଇଁ ଟକ୍କର ହେବ । ଗୋଟିଏ ପଟେ ଯେତେବେଳେ ଟ୍ରଫି ପାଇଁ ଟିମଗୁଡ଼ିକ ମଧ୍ୟରେ ଫାଇଟିଂ ହେବ, ସେତବେଳେ ଅନ୍ୟପଟେ ଅରେଞ୍ଜ କ୍ୟାପ୍ ପାଇଁ ବି କମ୍ପିଟିସନ ଦମଦାର ହେବ । ସିଜିନ ଶେଷରେ ଯେଉଁ ଖେଳାଳୀ ସର୍ବାଧିକ ରନ୍ ବନାଇବେ, ତାଙ୍କୁ ଅରେଞ୍ଜ କ୍ୟାପ୍ ମିଳିବ । ତେବେ ନଜର ପକାନ୍ତୁ ଆଇପିଏଲ ଇତିହାସର ଅରେଞ୍ଜ କ୍ୟାପ୍ ଜିତି ସାରିଥିବା ଖେଳାଳୀଙ୍କ ଉପରେ..
ଆଇପିଏଲ୍ ୨୦୦୮ – ଆଇପିଏଲ ପ୍ରଥମ ସିଜିନ ଅର୍ଥାତ୍ ୨୦୦୮ରେ ଅଷ୍ଟ୍ରେଲିଆର ସନ୍ ମାର୍ଶ ସର୍ବାଧିକ ୬୧୬ ରନ୍ ହାସଲ କରି ଅରେଞ୍ଜ କ୍ୟାପ୍ ହାତେଇଥିଲେ ।
ଆଇପିଏଲ୍ ୨୦୦୯ – ଆଇପିଏଲ ଦ୍ୱିତୀୟ ସିଜିନରେ ମଧ୍ୟ ଅରେଞ୍ଜ କ୍ୟାପ୍ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଖରେ ରହିଥିଲା । ମାଥ୍ୟୁ ହେଡେନ୍ ୨୦୦୯ରେ ୫୨ ଆଭରେଜରେ ୫୭୨ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ ।
ଆଇପିଏଲ୍ ୨୦୧୦ – ଆଇପିଏଲ ୨୦୧୦ରେ ବେଶ ଗର୍ଜିଥିଲା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍ । ସେ ଆଇପିଏଲ ୨୦୧୦ରେ ୪୬୭.୫୩ ଆଭରେଜରେ ୬୧୮ ରନ୍ ସ୍କୋର କରି ଅରେଞ୍ଜ କ୍ୟାପ ହକଦାର ହୋଇଥିଲେ ।
ଆଇପିଏଲ୍ ୨୦୧୧ – ୟୁନିଭର୍ସ ବସ୍ କ୍ରିସ୍ ଗେଲ୍ ଆଇପିଏଲ ୨୦୧୧ରେ ୬୭.୫୫ ଆଭରେଜ୍ ଓ ୧୮୩.୧୩ ଷ୍ଟ୍ରାଇକ୍ ରେଟରେ ୬୦୩ ରନ୍ ସ୍କୋର କରି ଅରେଞ୍ଜ କ୍ୟାପ୍ ଜିତିଥିଲେ ।
ଆଇପିଏଲ୍ ୨୦୧୨ – ଆଇପିଏଲ ୨୦୧୨ ସିଜିନରେ କ୍ରିସ୍ ଗେଲ ଅରେଞ୍ଜ କ୍ୟାପ୍ ରିଟେନ୍ କରିଥିଲେ । ତାଙ୍କ ବ୍ୟାଟରୁ ୬୧.୦୮ ଆଭରେଜରେ ୭୩୩ ରନ୍ ବାହାରିଥିଲା ।
ଆଇପିଏଲ୍ ୨୦୧୩ – ଅଷ୍ଟ୍ରେଲିଆର ମାଇକ୍ ହସି ଅରେଞ୍ଜ କ୍ୟାପ୍ ଜିତିଥିଲେ । ୨୦୧୩ ସିଜିନରେ ସେ ୫୨.୩୫ ଆଭରେଜରେ ୭୩୩ ରନ୍ ବନାଇଥିଲେ ।
ଆଇପିଏଲ୍ ୨୦୧୪ – ଏହି ସିଜିନରେ ରବିନ ଉଥପ୍ପା ଦେଖାଇଥିଲେ ଦମ୍ । ୬୬୦ ରନ୍ ସ୍କୋର କରିଥିଲେ ସେ ଅରେଞ୍ଜ କ୍ୟାପ୍ ୱିନର୍ ବନିଥିଲେ ।
ଆଇପିଏଲ୍ ୨୦୧୫ – ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଡେଭିଡ୍ ୱାର୍ଣ୍ଣରଙ୍କ ପାଖକୁ ଅରେଞ୍ଜ କ୍ୟାପ୍ ଯାଇଥିଲା । ୧୫୬.୫୪ ଦମଦାର ଷ୍ଟ୍ରାଇକ ରେଟ୍ ସହକାରେ ୪୩.୨୩ ଆଭରେଜରେ ସେ ୫୬୨ ରନ୍ ସ୍କୋର କରିଥିଲେ ।
ଆଇପିଏଲ୍ ୨୦୧୬ -୨୦୧୬ରେ ବିଶ୍ୱ ଦେଖିଥିଲା ବିରାଟ କୋହଲିଙ୍କ ଜଲୱା । ଗୋଟିଏ ସିଜିନରେ ୮୧ ଆଭରେଜରେ ବିରାଟ ୯୭୩ ରନ୍ ସ୍କୋର କରିଥିଲେ । ଯାହା ଆଇପିଏଲ୍ ଇତିହାସରେ ଏଯାଏଁ ସର୍ବାଧିକ ହୋଇ ରହିଛି ।
ଆଇପିଏଲ୍ ୨୦୧୭ – ଆଇପିଏଲ ୨୦୧୭ରେ ୬୪୧ ରନ୍ ସ୍କୋର କରି ଦ୍ୱିତୀୟ ଥର ପାଇଁ ଡେଭିଡ୍ ୱାର୍ଣ୍ଣର ଅରେଞ୍ଜ କ୍ୟାପ୍ ହାତେଇଥିଲେ ।
ଆଇପିଏଲ୍ ୨୦୧୮ – ୨୦୧୮ରେ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନଙ୍କ ବ୍ୟାଟ୍ ବେଶ ଗର୍ଜିଥିଲା । ୭୩୫ ରନ୍ ସ୍କୋର କରି ସେ ଅରେଞ୍ଜ କ୍ୟାପ୍ ଜିତିଥିଲେ ।
ଆଇପିଏଲ୍ ୨୦୧୯ – ଏହି ସିଜିନରେ ତୃତୀୟ ଥର ପାଇଁ ଡେଭିଡ୍ ୱାର୍ଣ୍ଣର ଅରେଞ୍ଜ କ୍ୟାପ୍ ଜିତିଥିଲେ । ୨୦୧୯ ସିଜିନରେ ସେ ୬୯୨ ରନ୍ ସ୍କୋର କରିଥିଲେ ।
ଆଇପିଏଲ୍ ୨୦୨୦ -୨୦୨୦ରେ କେ.ଏଲ୍. ରାହୁଲ ୬୭୦ ରନ୍ ସ୍କୋର କରିଥିଲେ ଓ ଅରେଞ୍ଜ କ୍ୟାପ୍ କବ୍ଜା କରିଥିଲେ ।