ପ୍ରଥମ ଦିନରେ କଲେକସନ୍ରେ ରେକର୍ଡ କଲା ‘ପଠାନ’
ମୁମ୍ଵାଇ : ପ୍ରଥମ ଦିନରେ କଲେକସନ୍ରେ ରେକର୍ଡ କଲା ଫିଲ୍ମ ‘ପଠାନ’ । ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ ୨୫ କୋଟି ରୋଜଗାର କରିଛି । ଏହା କେଜିଏଫ-୨ର ରେକର୍ଡ ଭାଙ୍ଗିଛି । କେଜିଏଫ୍-୨ ପ୍ରଥମ ଦିନରେ ୨୨.୧୫ କୋଟି ରୋଜଗାର କରିଥିଲା ।
ବଲିଉଡ ବିଶେଷଜ୍ଞଙ୍କ ଅନୁଯାୟୀ, ‘ପଠାନ’ର ଓପନିଂ କଲେକ୍ସନ୍ ପ୍ରାୟ ୫୦ କୋଟି ହେବ। ଯଦି ଏପରି ହୁଏ ତେବେ, କେଜିଏଫ୍-୨ ପରେ ଦେଶର ସର୍ବ ବୃହତ ଉଦଘାଟନୀ ହିନ୍ଦୀ ଚଳଚ୍ଚିତ୍ର ହେବ ‘ପଠାନ’ । କହିବାକୁ ଗଲେ ବିରୋଧ ମଧ୍ୟରେ ପ୍ରଥମ ଦିନରେ କଲେକସନ୍ରେ ରେକର୍ଡ କରିଛି । ଏହି ଫିଲ୍ମ ଅନ୍ୟ ମଲ୍ଟିପ୍ଲେକ୍ସ ଚେନରେ ମଧ୍ୟ ବହୁତ ରୋଜଗାର କରୁଛି। ତେବେ ଫିଲ୍ମ ରିଲିଜର ଦ୍ବିତୀୟ ଦିନରେ ବି ଭଲ ରୋଜଗାର କରିବାର ଆଶା ରହିଛି । କାରଣ ଜାନୁଆରୀ ୨୬ ଛୁଟି ଥିବାରୁ ବେଶ୍ ଫାଇଦା ଉଠାଇବେ ଫ୍ୟାନ୍ସ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ୨୦୦ କୋଟିରୁ ଅଧିକ ଆୟ କରିପାରେ ବୋଲି କୁହାଯାଉଛି । ପ୍ରଶଂସକଙ୍କ ଉତ୍ସାହକୁ ନଜରରେ ରଖି ମଧ୍ୟରାତି ଅର୍ଥାତ୍ ୧୨.୩୦ରେ ସିନେମା ହଲରେ ଷ୍ଟାର୍ଟ ହୋଇଛି । ତେବେ ଦିଲ୍ଲୀ, ଏନସିଆରରେ ଟିକେଟ୍ ମୂଲ୍ୟ ୨୪୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।
ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ବିବାଦରେ ରହିଆସିଛି । ପଠାନର ବେସରମ ରଙ୍ଗ ଗୀତରେ ଦୀପିକାଙ୍କ ଉତ୍ତେଜକ ନୃତ୍ୟକୁ ବିରୋଧ କରାଯାଇଥିଲା । ଯାହାକୁ ଧାର୍ମିକ ସଂଗଠନ ବିରୋଧ କରିବା ସହ ଫିଲ୍ମକୁ ଟାର୍ଗେଟ କରିଥିଲେ। ଏବେ ରିଲିଜ୍ ସମୟରେ ବି ଅନେକ ସ୍ଥାନରେ ବିବାଦ ଉପୁଜିଛି । ହେଲେ ଏସବୁ ଭିତରେ ବି ଧମାଲ କରୁଛି। ସୂଚନା ଯେ, ଦୀର୍ଘ ୪ ବର୍ଷ ପରେ ଏହି ଫିଲ୍ମ ଜରିଆରେ କମବ୍ୟାକ୍ କରିଛନ୍ତି ବଲିଉଡ୍ ବାଦଶାହ ଶାହରୁଖ ଖାନ । ପରଦାକୁ ଫେରୁଫେରୁ ଦେଖାଇଛନ୍ତି ଜଲଓ୍ବା ।