ଏଫଆଇଚ ପୁରୁଷ ଜୁନିଅର ହକି ବିଶ୍ୱକପ ୨୦୨୧ : ଭୁବନେଶ୍ୱରରେ ପହଞ୍ଚିଲା ପାକିସ୍ତାନ ଟିମ
ଭୁବନେଶ୍ୱର: ଏଫଆଇଚ ପୁରୁଷ ଜୁନିଅର ହକି ବିଶ୍ବକପ ୨୦୨୧ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ପାକିସ୍ତାନ ଟିମ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ଟିମ ହୋଟେଲକୁ ଗଲେ ସମସ୍ତ ଖେଳାଳି । ହକି ଇଣ୍ଡିଆ ଟ୍ବିଟ ଯୋଗେ ମେନ୍ ଇନ୍ ଗ୍ରୀନ୍କୁ ଶୁଭେଚ୍ଛା ଜଣାଇଛି ।
? | Stills from the airport as we welcome the Pakistani contingent to Bhubaneswar for the FIH Odisha Hockey Men’s Junior World Cup 2021 ?#IndiaKaGame #RisingStars #JWC2021 pic.twitter.com/r4AXpbAyAG
— Hockey India (@TheHockeyIndia) November 20, 2021
ନଭେମ୍ବର ୨୪ରୁ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହାଇଭୋଲଟେଜ ଜୁନିଅର ପୁରୁଷ ହକି ବିଶ୍ବକପ । ଭାରତ ସରକାର କର୍ତ୍ତାରପୁର ସାହିବ କରିଡର ପୁନଃ ଖୋଲିବାକୁ ନିଷ୍ପତ୍ତି ନେବାର ଦିନକ ପରେ ପାକିସ୍ତାନୀ ହକି ଟିମ ଭାରତ ଗସ୍ତରେ ଆସିଛି । ପାକିସ୍ତାନ ଉଚ୍ଚ କମିଶନ ଅଧିକାରୀ ଅଫତାବ ହାସନ ଖାନ କହିଛନ୍ତି, ପାକିସ୍ତାନର ଜାତୀୟ ଖେଳ ହକି । ସେଥିପାଇଁ ଆଗାମୀ ଜୁନିଅର ହକି ବିଶ୍ବକପରେ ପାକିସ୍ତାନ ଟିମ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସ୍କ୍ବାଡ୍ ଭଲ ପ୍ରସ୍ତୁତି କରିଥିବା ସେ କହିଛନ୍ତି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ନୂଆଦିଲ୍ଲୀରେ ପ୍ରଥମେ ପାକିସ୍ତାନ ଟିମ ପହଞ୍ଚିବା ପରେ ପାକିସ୍ତାନ ଉଚ୍ଚ କମିଶନ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହାପରେ ସ୍କ୍ବାଡ୍ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା । ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ପୁରୁଷ ଜୁନିଅର ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିବେ । ସମସ୍ତ ୧୬ଟି ଟିମକୁ ୪ଟି ପୁଲ୍ରେ ଭାଗ କରାଯାଇଛି ।