ଆଜି ପଞ୍ଚମ ଟି-୨୦ : ନିର୍ଣ୍ଣାୟକ ଲଢେଇରେ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଇଣ୍ଡିଆ- ଓ୍ବେଷ୍ଟଇଣ୍ଡିଜ୍
ଫ୍ଲୋରିଡ଼ା : ଆଜି ସୁପର ସନଡେ’ରେ ଦେଖିବାକୁ ମିଳିବ ସୁପର ଫାଇଟ୍। ରବିବାର ଫ୍ଲୋରିଡ଼ାରେ ଟିମ୍ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପଞ୍ଚମ ଟି-୨୦ (ନିର୍ଣ୍ଣାୟକ ଲଢେଇ) ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ ଜିତି ସିରିଜ୍ ସିଲ୍ କରିବା ଲକ୍ଷ୍ୟରେ ରହିଛି ପାଣ୍ଡ୍ୟା ବାହିନୀ । ଭାରତୀୟ ଦଳ ଲଗାତାର ଦୁଇଟି ମ୍ୟାଚ୍ ଜିତିଥିବାରୁ ଖେଳାଳିଙ୍କ ମନୋବଳ ଦୃଷ୍ଟ ରହିଛି । ସେପଟେ କାରବିଆନ୍ ଦଳ ମଧ୍ୟ ପରାଜୟର ଧାରା ଭାଙ୍ଗି ଶୃଙ୍ଖଳା ବିଜୟ କରିବା ଲକ୍ଷ୍ୟରେ ରହିଛି ।
ଫ୍ଲୋରିଡାର ସେଣ୍ଟ୍ରାଲ୍ ବ୍ରୋଓ୍ବାର୍ଡ ରିଜିଓନାଲ୍ ପାର୍କରେ ଭାରତୀୟ ସମୟ ରାତି 8ଟାରେ ଏହି ମ୍ୟାଚ୍ ଖେଳାଯିବ । ଚତୁର୍ଥ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରିଛି । ଅର୍ଦ୍ଧଶତକୀୟ ପାଳି ଖେଳି ଫର୍ମକୁ ଫେରିଛନ୍ତି ଶୁବମନ୍ ଗିଲ୍ । ସେହିପରି କ୍ୟାରିୟର ଦ୍ବିତୀୟ ମ୍ୟାଚରେ ଅପରାଜିତ ୮୪ ରନ୍ ସଂଗ୍ରହ କରିଥିଲେ ଯଶସ୍ବୀ ଜୈସ୍ବଲ । ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଫର୍ମକୁ ଫେରିଛନ୍ତି । ଆଜି ମ୍ୟାଚରେ ପାଣ୍ଡ୍ୟା-ଆଣ୍ଡ-କୋ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ପଡ଼ିଆକୁ ଓହ୍ଲାଇବ ବୋଲି କୁହାଯାଉଛି । ଅନ୍ୟପଟେ କାରବିଆନ୍ ଦଳ ମଧ୍ୟ ସିରିଜ୍ ବିଜୟ ପାଇଁ ଜୋରଦାର ପ୍ରୟାସ କରିବ ।
ଚତୁର୍ଥ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ସାମ୍ନାରେ ୧୭୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଓ୍ବେଷ୍ଟଇଣ୍ଡିଜ୍ ଦଳ। ସିମରନ ହେଟମାୟର ଓ ସାଇ ହୋପ୍ଙ୍କ ଜବରଦସ୍ତ ବ୍ୟାଟିଂ କରିଥିଲେ । ଅନ୍ୟପଟେ ଟିମ୍ ଇଣ୍ଡିଆ ଆରମ୍ଭରୁ ଦୁର୍ଦ୍ଦଶ ବ୍ୟାଟିଂ କରିଥିଲା । ପଡ଼ିଆରେ ଜୈସ୍ବାଲ ଜଲଓ୍ବା ଓ ଗିଲ୍ ପାଓ୍ବାର ଚାଲିଥିଲା । ଦଳ ମାତ୍ର ୧୭ ଓଭରରେ ଗୋଟିଏ ଓ୍ବିକେଟ୍ ହରାଇ ମ୍ୟାଚକୁ ଜିତି ନେଇଥିଲା । ଶସ୍ବୀ ଜୈସ୍ବଲ ଅପରାଜିତ ୮୪ ରନ ସଂଗ୍ରହ କରିଥିଲେ । ସେହିପରି ଶୁବମନ ଗିଲ୍ ୭୭ ରନର ପାଳି ଖେଳିଥିଲେ ।
ଭାରତ ସମ୍ଭାବ୍ୟ ଏକାଦଶ : ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ସଞ୍ଜୁ ସାମସନ, ଅକ୍ଷାର ପଟେଲ, ରବି ବିଷ୍ଣୁ, ଅର୍ଶଦୀପ ସିଂ, ମୁକେଶ କୁମାର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶସ୍ୱୀ ଜ is ସୱାଲ, ଉମର ମଲିକ, ଆଭେଶ ଖାନ।
ୱେଷ୍ଟଇଣ୍ଡିଜ୍ ସମ୍ଭାବ୍ୟ ଏକାଦଶ : ନିକୋଲାସ୍ ପୁରାନ୍ (ଉଇକେଟ କିପର), ରୋଭମାନ୍ ପାୱେଲ୍ (ଅଧିନାୟକ), ବ୍ରେଣ୍ଡନ୍ କିଙ୍ଗ, କାଇଲ୍ ମାୟର୍ସ, ଜନସନ ଚାର୍ଲ୍ସ, ଶିମ୍ରନ୍ ହେଟମିୟର, ରୋମାରିଓ ଶେଫର୍, ଜେସନ୍ ହୋଲ୍ଡର, ଆକିଲ ହୁସେନ୍, ଅଲଜାରି ଜୋସେଫ, ଓବେଡ ମ୍ୟାକକୋ, ଓଡେନ ସ୍ମିଥ, ଶାଇ ହୋପ, ଓଶାନ ଥୋମାସ, ରୋଷ୍ଟନ୍ ଚେଜ୍ ।