ଫିଫା ବିଶ୍ୱକପ : ଲିଓନେଲ ମେସିଙ୍କ ଚମତ୍କାର ପ୍ରଦର୍ଶନ ! ଚାରିଜଣ ଖେଳାଳିଙ୍କ ମଧ୍ୟରୁ ବଲ୍ ବାହାର କରି କଲେ ଗୋଲ୍
ନୂଆଦିଲ୍ଲୀ : ଚଳିତ ଥର କାତାରରେ ଖେଳା ଯାଉଛି ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ ୨୦୨୨। ଶନିବାର ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଓ ମେକ୍ସିକୋ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା । ଏହି ମ୍ୟାଚରେ ଆର୍ଜେଣ୍ଟିନା ଦଳ ଭଲ ପ୍ରଦର୍ଶନ କରି ମେକ୍ସିକୋକୁ ୨-୦ରେ ପରାସ୍ତ କରିଛି । ଦଳର ତାରକା ଖେଳାଳି ଲିଓନେଲ ମେସି ଆର୍ଜେଣ୍ଟିନା ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ମ୍ୟାଚର ପ୍ରଥମ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ଏହା ସହ ଲିଓନେଲ ମେସି ତାଙ୍କ ନାମରେ ଏକ ରେକର୍ଡ ମଧ୍ୟ କରିଛନ୍ତି । ବାସ୍ତବରେ ସାଉଦି ଆରବ ଠାରୁ ପ୍ରଥମ ମ୍ୟାଚ୍ ହାରିବା ପରେ ଆର୍ଜେଣ୍ଟିନା ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଦଳ ଅନେକ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଗୋଲ ସ୍କୋର କରିପାରି ନଥିଲା, ଏହା ପରେ ପୁଣି ଥରେ ଓଲଟପାଲଟ ହେବାର ସମ୍ଭାବନା ଦେଖା ଦେଇଥିଲା ।
WHAT A GOAL! 🔥🔥🔥
— Rupam Raihan (@rupam_raihan1) November 26, 2022
THE GOAT LIONEL MESSI 🐐#Qatar2022 #ArgentinavsMexico #LionelMessi pic.twitter.com/bj69pPzXSz
କିନ୍ତୁ ଅଧିନାୟକ ଲିଓନେଲ ମେସି ଦଳକୁ ଏହି ପରିସ୍ଥିତିରୁ ବାହାର କରିବା ପାଇଁ କାର୍ଯ୍ୟ କରିଥିଲେ । ମ୍ୟାଚର ୬୪ ତମ ମିନିଟରେ ଲିଓନେଲ ମେସି ଏକ ଚମତ୍କାର ସ୍କୁପ୍ ମାରିଥିଲେ ଯାହା ତିନିଜଣ ମେକ୍ସିକୋ ଖେଳାଳି ଓ ଗୋଲକିପରଙ୍କୁ ମଧ୍ୟ ମାତ୍ ଦେଇଥିଲା ଏବଂ ବଲ୍ ସିଧା ଗୋଲ୍ ପୋଷ୍ଟକୁ ଯାଇଥିଲା । ଲିଓନେଲ ମେସି ଏଠାରେ ଅଟକି ନଥିଲେ, ସେ ଠିକ୍ ସମୟରେ ଯୁବ ଖେଳାଳି ଏନଜୋ ଫର୍ଣ୍ଣାଣ୍ଡିଜଙ୍କୁ ପାସ୍ କରିଥିଲେ ଓ ଯୁବ ଫର୍ଣ୍ଣାଣ୍ଡିଜ୍ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ । ସେ ମ୍ୟାଚର ୮୭ ତମ ମିନିଟରେ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ୨-୧ରେ ଅଗ୍ରଣୀ କରି କରିଦେଇଥିଲେ, ଯାହାକି ନିର୍ଣ୍ଣାୟକ ବୋଲି ପ୍ରମାଣିତ ହୋଇଥିଲା ।
ଏଥି ସହିତ ୬୪ ତମ ମିନିଟରେ ଗୋଲ ସ୍କୋର କରି ଲିଓନେଲ ମେସି ଫିଫା ବିଶ୍ୱକପରେ ଆର୍ଜେଣ୍ଟିନାର କିମ୍ବଦନ୍ତୀ ମାରାଡୋନାଙ୍କ ଗୋଲ ରେକର୍ଡର ବରାବର କରିନେଇଛନ୍ତି । ଲିଓନେଲ ମେସି ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଥିବା ସମସ୍ତ ଫିଫା ବିଶ୍ୱକପ୍ରେ ୮ଟି ଗୋଲ ସ୍କୋର କରିଛନ୍ତି । ଯାହା ମାରାଡୋନା ସହିତ ସମାନ । ଯଦି ପରବର୍ତ୍ତୀ ମ୍ୟାଚ୍ରେ ମେସି ଗୋଟିଏ ଗୋଲ୍ ସ୍କୋର କରନ୍ତି, ତେବେ ସେ ମାରାଡୋନାଙ୍କୁ ଅତିକ୍ରମ କରି ଆର୍ଜେଣ୍ଟିନା ପାଇଁ ସର୍ବାଧିକ ଗୋଲ ସ୍କୋରର ହେବେ ।