ହାଇଦରପୋରା ଏନକାଉଂଟର ଉପରେ ନ୍ୟାୟିକ ତଦନ୍ତ ଦାବି କରି ରାଷ୍ଟ୍ରପତିଙ୍କୁ ଚିଠିଲେଖିଲେ ଫାରୁକ୍ ଅବଦୁଲ୍ଲା
ଶ୍ରୀନଗର : ଗୁପକାର ଘୋଷଣାନାମା (ଜିଏଜିଡ଼ି) ର ପିପୁଲ୍ସ ଆଲାଏନ୍ସର ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲା ହାଇଦରପୋରା ଏନକାଉଂଟର ଉପରେ ନ୍ୟାୟିକ ତଦନ୍ତ ଦାବି କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ଅବଦୁଲ୍ଲା କହିଛନ୍ତି ଯେ, ସୋମବାର ସନ୍ଧ୍ୟାରେ ଶ୍ରୀନଗରର ହାଇଦରପୋରା ଅଂଚଳରେ ଘଟିଥିବା ଏହି ଘଟଣାରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।
ଡ. ଅବଦୁଲ୍ଲା କହିଛନ୍ତି ଯେ, ଘଟଣାର ସତ୍ୟ ତଥ୍ୟ ସାମନାକୁ ଆସିବାର ଆବଶ୍ୟକତା ରହିଛି । ସେ ଲେଖିଛନ୍ତି ଯେ, ଏହିପରି ଦୁର୍ଘଟଣାପୂର୍ଣ୍ଣ ଘଟଣା ଜାମ୍ମୁ କାଶ୍ମୀରର ଲୋକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅବିଶ୍ୱାସ ବୃଦ୍ଧି ପାଇଛି ।