ଫାର୍ମ କାନ୍ଥ ପଡି ଜଣଙ୍କର ମୃତ୍ୟୁ
କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୁଆଁପାଣି ଗାଁରେ ଏକ ଫାର୍ମର କାନ୍ଥ ପଡି ଜଣେ ମୃତ୍ୟୁବରଣ କରିଛନ୍ତି । ଗାଁର ଅଚ୍ୟୁତ ଦିଆଣି ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଟୋଲ ଗୋଟାଇବାକୁ ଯାଇଥିଲେ, ମାତ୍ର ଆଉ ଘରକୁ ଫେରିନଥିଲେ । ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ପାଇନଥିଲେ ।
ଆଜି ଗାଁ ପାଖରେ ଥିବା ଏକ ଫାର୍ମର କାନ୍ଥ ତାଙ୍କ ଉପରେ ମାଡିବସୀ ଥିବାର ଦେଖିଥିଲେ । ଗତକାଲି ଅପରାହନ୍ନରେ ବର୍ଷା ପବନ ହୋଇଥିଲା ଯାହାଫଳରେ ସେ ଆଶ୍ରୟ ନେବାକୁ ଯାଇଥିବା ବେଳେ ଫାର୍ମର କାନ୍ଥ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।