ଟି-୨୦ ବିଶ୍ୱକପ ଭାରତ-ପାକିସ୍ତାନ ଫାଇନାଲ ସପକ୍ଷରେ ନାହାନ୍ତି ଫ୍ୟାନ୍ସ : ସର୍ଭେ
ନୂଆଦିଲ୍ଲୀ: ଗତ ୨୦୦୭ ଟି-୨୦ ବିଶ୍ୱକପ ଭଳି ଚଳିତ ୨୦୨୨ରେ ମଧ୍ୟ ଟ୍ରଫି ପାଇଁ ପୁଣିଥରେ ଭାରତ-ପାକିସ୍ତାନ ଲଢ଼େଇ କରିପାରନ୍ତି । କାରଣ ଏସିଆ ମହାଦେଶର ଏହି ଦୁଇ ଶକ୍ତିଶାଳୀ ଦଳ ଫାଇନାଲ ଠାରୁ ମାତ୍ର ଗୋଟିଏ ପାହାଚ ପଛରେ ରହିଛନ୍ତି । ଅର୍ଥାତ ଉଭୟ ଦଳ ସେମି ଫାଇନାଲ ଖେଳିବେ । ପାକିସ୍ତାନ ଟି-୨୦ ବିଶ୍ୱକପ ସେମିରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବାକୁ ଥିବା ବେଳେ ଭାରତର ଲଢ଼େଇ ଇଂଲଣ୍ଡ ସହ ହେବ । ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ବୁଧବାର ସିଡ୍ନୀରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ । ସେହିପରି ଗୁରୁବାର ଆଡିଲେଡ ଓଭାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ ।
ଏହି ଲଢ଼େଇ ପୂର୍ବରୁ ଗୋଟିଏ ଗଣମାଧ୍ୟମ ସଂସ୍ଥା ଜନମତ ସର୍ଭେ କରିଛି । ଏହି ସର୍ଭେ ବେଳେ ଏକାଧିକ ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କୁ ପଚରା ଯାଇଥିଲା । ଏତିକି ବେଳେ ଅଧିକାଂଶ ଫ୍ୟାନ୍ସ ଚଳିତ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ଲଢ଼େଇ ହେବନି ବା ସେମାନେ ଦୁଇ ଦଳର ଫାଇନାଲ ମ୍ୟାଚ୍ ଦେଖିବାକୁ ଚାହୁଁ ନଥିବା ମତ ରଖିଛନ୍ତି ।