ଧରାପଡିଲେ ନକଲି ଏମ୍ସ ଡାକ୍ତର, ଔଷଧ ଦୋକାନରେ କରୁଥିଲେ ଚିକିତ୍ସା
ବ୍ରହ୍ମପୁର : ଧରାପଡିଲେ ନକଲି ଏମ୍ସ ଡାକ୍ତର। ଏମ୍ସ ଡାକ୍ତର କହି କ୍ଲିନିକ ଖୋଲିଥିଲେ। ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡ଼େଙ୍ଗାଉସ୍ତା ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ଏକ ଔଷଧ ଦୋକାନରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ। ଗିରଫ ନକଲି ଡାକ୍ତର ଢେଙ୍କାନାଳ ଜିଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା ।
ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ଶୁଭ୍ରଜିତ କ୍ଲିନିକ ଖୋଲିଥିଲେ। ଔଷଧ ଦୋକାନକୁ ଦୀର୍ଘ ଦିନ ହେଲା ସପ୍ତାହକୁ ଦୁଇ / ଚାରି ଦିନ ଆସି ରୋଗୀ ଚିକିତ୍ସା କରିଆସୁଥିଲେ ଲ କଟକ ରାଣୀହାଟରେ ମଧ୍ୟ ସେ କ୍ଲିନିକ ଖୋଲିଥିଲେ। ମାତ୍ର ଯୁକ୍ତ ଦୁଇ ଯାଏଁ ପାଠ ପଢିଥିବା ନକଲି ଡାକ୍ତର ଜଣକ ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ ନେଇ ଚିକିତ୍ସା କରୁଥିଲେ । ୨୦୨୦ ମସିହାରେ ତେଲେଙ୍ଗାନା ପୋଲିସ ଦ୍ବାରା ମଧ୍ୟ ଯୁବକ ଜଣକ ଗିରଫ ହୋଇଥିଲେ।
ସୂଚନା ଯେ, ସେହି ଅଞ୍ଚଳର ଜଣେ ରୋଗୀ ପରିବାରର ଜଣକୁ ଆଣି ଚିକିତ୍ସା କରିବା ପରେ ସେ ଗୁରୁତର ହେବାରୁ ପୋଲିସ ନିକଟରେ ଅଭିଯୋଗ ହେବା ପରେ ବ୍ରହ୍ମପୁର ଏସପି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଲ ଏହାପରେ ପୋଲିସ ଔଷଧ ଦୋକାନରେ ଚଢ଼ାଉ କରି କାଗଜ ପତ୍ର ଯାଞ୍ଚ କରି ନକଲି ଡାକ୍ତର ଜଣକ ମିଛ କହି ଔଷଧ ଦୋକାନରେ ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିବା ଜାଣିବା ପରେ ଗିରଫ କରିଛି ପୋଲିସ l ଗିରଫ ନକଲି ଡାକ୍ତର ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡା ଗାଁ ର ଶୁଭ୍ରଜିତ ପଣ୍ଡା ବୋଲି ପୋଲିସ ଜାଣିବାକୁ ପାଇଛି l ପୋଲିସ ଏହାର ଅଧିକ ଖୋଳତାଡ଼ ସହ ଚେର କେଉଁ ଯାଏଁ ଲମ୍ବିଛି ତଦନ୍ତ ଚଳାଇଛି l