ଓଡିଶା ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନ ସଂଘର ସମ୍ବର୍ଦ୍ଧନା ସଭା
କଟକ : ଓଡିଶା ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନ ସଂଘ କଟକ ଜିଲ୍ଲା ଶାଖା ପକ୍ଷରୁ ସିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅନନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ନବ ନିଯୁକ୍ତ ୧୬ ଜଣ ଲାବୋରେଟୋରୀ ଟେକ୍ନିସିଆନ(ଏଲ୍ଟି) ପିଲାମାନଙ୍କୁ ସଂଘର ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରାଯିବା ସହ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ସଂଘର ରାଜ୍ୟ ସାଧାରଣ ସଂପାଦକ ଅକ୍ଷୟ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଲଳିତ କୁମାର ବେହେରା, ଉପଦେଷ୍ଟା ଗଙ୍ଗାଧର ସାମନ୍ତରାୟ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ସେବାରେ ଲାବୋରେଟୋରୀ ଟେକ୍ନିସିଆନମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସରକାର ଏଲ୍ଟିମାନଙ୍କର ଦାବିଗୁଡିକ ଯଥାଶୀଘ୍ର ପୂରଣ କରିବା ସହ ନିଦାନ ବିଭାଗର ଆବଶ୍ୟକତାକୁ ପ୍ରାଥମିକତା ଦେବାକୁ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଜୟ କୁମାର ପୃଷ୍ଟି, ଆନନ୍ଦ ବେହେରା, ଆଶିଷ ମହାନ୍ତି, ମନୋଜ ବେହେରା, ମହମ୍ମଦ ସରିଫ, ସଂଜୀବ ମୁଦୁଲି, ସବିତା ବେହେରା, ସସ୍ମିତା ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଏଲଟି ଅନିରୁଦ୍ଧ ମଲ୍ଲିକ ଓ ପ୍ରଭାତ କୁମାର ମହାପାତ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଜିଲ୍ଲା ସଂପାଦକ ଅନନ୍ତ ଭଦ୍ର ଧନ୍ୟବାଦ ଦେଇଥିଲେ ।