ଯୁଦ୍ଧ ଯୋଗୁଁ ମହଙ୍ଗା ମାଡ଼! ୟୁରୋପରେ ଆକାଶଛୁଆଁ ଗ୍ୟାସ ଦର
ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ଜଡ଼ି ରହିଛି । ଏହି ଯୁଦ୍ଧ ପ୍ରଭାବରେ ୟୁରୋପରେ ଆକାଶଛୁଆଁ ହୋଇଛି ଗ୍ୟାସ ଦର । ୟୁକ୍ରେନ-ଋଷର ସାମରିକ ଯୁଦ୍ଧ ପରେ ବଢୁଛି ଦର । ବର୍ତ୍ତମାନ ୟୁରୋପରେ ଗ୍ୟାସର ମୂଲ୍ୟ ୧୦୦୦ କ୍ୟୁବିକ ମିଟର ପ୍ରତି ୩୦୦୦ ହଜାର ଡଲାରକୁ ବୃଦ୍ଧି ପାଇଛି ।
ପୂର୍ବରୁ ଗ୍ୟାସର ମୂଲ୍ୟ କେବେ ଏହି ସ୍ତରକୁ ଯାଇ ନଥିଲା । ୟୁରୋପରେ ଗ୍ୟାସ ମୂଲ୍ୟରେ ଏହା ୩୮ ପ୍ରତିଶତ ବୃଦ୍ଧି ପାଇଛି । ଋଷରୁ ୟୁରୋପକୁ ଗ୍ୟାସ ଯୋଗାଉଛି । ଋଷ-ୟୁକ୍ରେନ ଯୁଦ୍ଧ ପରେ ଅନେକ ୟୁରୋପୀୟ ଦେଶ ରୁଷରୁ ଗ୍ୟାସ କିଣିବା ବନ୍ଦ କରିଦେଇଛନ୍ତି । ଏହି ସମୟରେ ଦକ୍ଷିଣ କୋରିଆ ଘୋଷଣା କରିଛି ସେ ଆଉ ଋଷର ସେଣ୍ଟ୍ରାଲ ବ୍ୟାଙ୍କ ସହିତ ବ୍ୟବସାୟ କରିବ ନାହିଁ। ସେପଟେ ମୁଦ୍ରା ବଜାରରେ ରୁବେଲ ମୂଲ୍ୟ ତଳକୁ ଖସି ଆସିଛି। ଯୁଦ୍ଧ ପରେ ଅଭାବୀର ସମସ୍ୟାରେ ସମ୍ମୁଖୀନ ହେବେ ଅନେକ ଦେଶ । ତୈଳ, ଦୁଗ୍ଧ ପରେ ଏବେ ଗ୍ୟାସ ଚିନ୍ତା ବଢ଼ାଇଛି।