ବୁଥରେ ଜିଲାପରିଷଦଙ୍କ ଏଜେଣ୍ଟ ବସିବାକୁ ନେଇ ଉତ୍ତେଜନା! ମତଦାନ ବନ୍ଦ, ପୋଲିସ ମୁତୟନ
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ ଶିଖରପୁର ପଂଚାୟତରେ ୪ନଂ ବୁଥରେ ଜିଲା ପରିଷଦଙ୍କ ଏଜେଣ୍ଟ ବସିବାକୁ ନ ଦେବାରୁ ଭୋଟ୍ କେନ୍ଦ୍ରରେ ଉତ୍ତେଜନା । ଫଳରେ ମତଦାନ ବନ୍ଦ ରହିଛି । ସଂପୃକ୍ତ ବୁଥ୍ ରେ ପୋଲିସ ମୁତୟନ ରହିଛି ।
ସୂଚନା ଯେ, ଶିଖରପୁର ପଞ୍ଚାୟତର ୪ନଂ ବୁଥରେ ଜିଲା ପରିଷଦ ପୋଲିଂ ଏଜେଣ୍ଟ ଆଦିକନ୍ଦ ବ୍ରହ୍ମ, ଏବଂ ପ୍ରଦୀପ ଗିରି ବସିବାକୁ ନେଇ ଅନ୍ୟ ପୋଲିଂ ଏଜେଣ୍ଟ ବସିବାକୁ ଦେଇ ନଥିଲେ । ଏହାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଫଳରେ ମତଦାନ ବନ୍ଦ ରହିଛି । ଜଳେଶ୍ବର ପୋଲିସ, ତହସିଲଦାର, ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ।