କୋର୍ସ ସରିବା ପରେ ଅଫଲାଇନରେ ଅନୁଷ୍ଠିତ ହେବ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ପିଲାଙ୍କ ପରୀକ୍ଷା ସମ୍ପର୍କରେ ଏକ ବଡ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କେବେ ହେବ ପରୀକ୍ଷା ଆଉ କେଉଁ ସମୟରେ ଅନୁଷ୍ଠିତ ହେବ ସେ ନେଇ ମନ୍ତ୍ରୀ ତଥ୍ୟ ପ୍ରକାଶ କରିଛନ୍ତି । ପିଲାମାନଙ୍କ ପାଠ୍ୟକ୍ରମର କୋର୍ସ ସରିବା ପରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥି ସହ ଯେଉଁ ସମୟରେ ପରୀକ୍ଷା ହେବା ପାଇଁ ନିଷପତି ହୋଇଥିଲା ସେହି ସମୟରେ ହିଁ ପରୀକ୍ଷା କରାଯିବ ବୋଲି କହିଛନ୍ତି ସମୀର ଦାଶ । ସେହିପରି ଅଫଲାଇନରେ ପରୀକ୍ଷା ହେବା ପାଇଁ ନିଷ୍ପତି ନିଆସରିଛି ଏବଂ କୋର୍ସ ସରିବା ପରେ ହିଁ ଅଫଲାଇନରେ ପରୀକ୍ଷା ହେବ । ସେ କହିଛନ୍ତି ଯେଉଁ ସମୟରେ ପରୀକ୍ଷା ହେବା କଥା, ସେହି ସମୟରେ ହେବ । ତେଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରହୁନ୍ତୁ ।
ସେପଟେ ଏପ୍ରିଲ ୨୬ ତାରିଖରୁ ସିବିଏସଇର ଟର୍ମ ୨ ବୋର୍ଡ ପରୀକ୍ଷା ଆୟୋଜିତ ହେବ । ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ଟର୍ମ ୨ ପରୀକ୍ଷା କରାଯିବ । ତେବେ ଏ ନେଇ ଖୁବ ଶୀଘ୍ର ସିବିଏସଇ ଡାଟା ଜାରି କରିବ ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁଯାୟୀ ପରୀକ୍ଷା ହେବା ନିଶ୍ଚିତ । ତେଣୁ ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ସେ ଉପଦେଶ ଦେଇଛନ୍ତି । ସୂଚନା ଯେ, ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । କୋଭିଡ ଯୋଗୁଁ ଅନେକ ସମୟରେ କ୍ଲାସ ବନ୍ଦ ରହିବା ଏବେ ଠିକ୍ ଭାବରେ ପାଠପଢ଼ା ହୋଇନଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସହ ପରୀକ୍ଷା ବାତିଲ କରିବାକୁ ଦାବି କରି ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ।