ବରଫ ପାହାଡ଼ରେ ଶାଢୀ ପିନ୍ଧି ମହିଳାଙ୍କ ସ୍କେଟିଂ, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ
ମୁମ୍ଵାଇ : ସମଗ୍ର ବିଶ୍ୱରେ ଅନେକ ପ୍ରକାରର ଖେଳ ଖେଳାଯାଏ । ଯେଉଁଥି ପାଇଁ ବିଭିନ୍ନ ପୋଷାକ ପିନ୍ଧାଯାଏ । କ୍ରିକେଟ୍ ଠାରୁ ଆରମ୍ଭ କରି ଫୁଟବଲ୍ ଏବଂ କବାଡି ପର୍ଯ୍ୟନ୍ତ ଆମେ ବିଭିନ୍ନ ପ୍ରକାରର କ୍ରୀଡା ଭିନ୍ନ ପୋଷାକ ଦେଖିବାକୁ ମିଳିଥାଏ। ଏଥି ସହିତ, ବାଇକ୍ ଚଲାଇବା ଠାରୁ ଆରମ୍ଭ କରି ଟ୍ରେକିଂ ଏବଂ ପର୍ବତ ଉପରେ ସ୍କେଟିଂ ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ପୋଷାକ ପିନ୍ଧିଥାଆନ୍ତି। କିନ୍ତୁ ବର୍ତ୍ତମାନ ଜଣେ ମହିଳାଙ୍କୁ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିଛି। ଯାହାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଜଣେ ଭାରତୀୟ ମହିଳା ଟ୍ରାଡିସନାଲ ପୋଷାକକୁ ଭିନ୍ନ ସ୍ତରରେ ପ୍ରୋତ୍ସାହିତ କରୁଛନ୍ତି ଏବଂ ଏହାକୁ ଏକ ନୂଆ ପରିଚୟ ଦେଉଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଶାଢୀ ପିନ୍ଧି ବରଫ ପାହାଡରେ ସ୍କେଟିଂ କରୁଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ମହିଳା ଜଣକ ପର୍ବତ ଉପରେ ଦୁଃସାହସିକ ଭାବରେ ଖେଳୁଥିବାର ନଜର ଆସିଛନ୍ତି।
ସୋସିଆଲ ମିଡିଆରେ ଏହି ଭିଡିଓ ୧.୪ ମିଲିୟନରୁ ଅଧିକ ଥର ଦେଖାଯାଇଥବା ବେଳେ ଖୁବ୍ କମେଣ୍ଟ ମଧ୍ୟ ଆସୁଛି। ଏହାକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । କେହି କେହି କୁହିଛନ୍ତି ଯେ ସ୍କେଟିଂ ସମୟରେ ଏପରି ପୋଷାକ ପିନ୍ଧିବା ଅତ୍ୟନ୍ତ ବିପଦଜନକ ଏବଂ ଏହା ମଧ୍ୟ ଆଘାତ ଦେଇପାରେ ।