୨୪ରେ ଭାରତ ଆସିବେ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର ଲେୟନ
ନୂଆଦିଲ୍ଲୀ : ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର ଲେୟନ ୨୪-୨୫ ଅପ୍ରେଲକୁ ଭାରତର ଆଧିକାରୀକ ଯାତ୍ରାରେ ରହିବେ । ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ରୂପେ ଏହା ତାଙ୍କର ପ୍ରଥମ ଭାରତ ଯାତ୍ରା ହେବ । ନିଜ ଯାତ୍ରା ସମୟରେ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ୱିପାକ୍ଷୀୟ ବାର୍ତା କରିବେ ।
ଉର୍ସୁଲାର ରାଷ୍ଟ୍ରପତି ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତିଙ୍କ ସହିତ ମଧ୍ୟ ସାକ୍ଷାତର କାର୍ଯ୍ୟକ୍ରମ ଅଛି । ୟୁରୋପୀୟ ଆୟୋଗର ଅଧ୍ୟକ୍ଷଙ୍କୁ ରାୟସୀନା ଡାୟଲୋଗର ଏହି ବର୍ଷର ସଂସ୍କରଣ ପାଇଁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ କରାଯାଇଛି ଏବଂ ସେ ୨୫ ଅପ୍ରେଲକୁ ଉଦ୍ଘାଟନ ଅଧିବେଶନକୁ ସମ୍ବୋଧିତ କରିବେ ।