ନ୍ୟୁଡ୍ ଭିଡିଓ କଲ୍ ରୁ ୨୫ ଲକ୍ଷ ଟଙ୍କା ଠକେଇର ଶୀକାର ହେଲେ ଇଂଜିନିୟର
ଭୁବନେଶ୍ୱର : ନାୟିକାଙ୍କ ସହ ନ୍ୟୁଡ୍ ଭିଡିଓ କଲ୍ ରୁ ୨୫ ଲକ୍ଷ ଟଙ୍କାର ଠକାମୀର ଶୀକାର ହୋଇଛନ୍ତି ରାଜଧାନୀର ଜଣେ ଇଂଜିନିୟର । ଠକାମୀର ଶୀକାର ହୋଇଥିବା ବିଏସଏନଏଲ୍ ଇଞ୍ଜିନିୟର ଜଣକ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ନାୟିକା ଜଣକ ବିଏସ୍ଏନ୍ଏଲ୍ ଇଞ୍ଜିନିୟରଙ୍କ ପାଖକୁ ହ୍ୱାଟ୍ସଆପ୍ ରେ ହାଏ ଲେଖି ପଠାଇଥିଲେ । ଇଞ୍ଜିନିୟର ଜଣକ ଉକ୍ତ ଆକାଉଂଟକୁ ଯାଂଚ ନକରି ତାଙ୍କ ସହିତ ଭିଡିଓ ଚାଟ୍ କରିଥିଲେ । କଥାବାର୍ତା କିଛି ସମୟ ପରେ ତାଙ୍କ ପାଖକୁ ଏକ ନଗ୍ନ ଭିଡିଓ ଆସିଥିଲେ । ସେଥିରେ ଇଞ୍ଜିନିୟରଙ୍କ ଭିଡିଓ ଚାଟ୍ କୁ ଜଣେ ନାୟିକାଙ୍କ ନଗ୍ନ ଭିଡ଼ିଓ ସହିତ ଆଟାଚ୍ କରାଯାଇଥିବା ଦେଖିବାକୁ ମିଳିଥିଲା । ସେହି ଭିଡିଓ ଦେଖିବା ପରେ ଇଞ୍ଜିନିୟରଙ୍କ ଅକଲ ଗୁଡ଼ୁମ୍ ହୋଇ ଯାଇଥିଲା । ଲୋକ ଲଜ୍ଜ୍ୟା ଭୟରେ କାହାକୁ କିଛି ନକହି ଚୁପ୍ ରହିଥିଲେ । ତା’ପର ଦିନ ବିକ୍ରମ ରାଠୋର ନାଁରେ ଜଣେ ବ୍ୟକ୍ତି ତାଙ୍କ ପାଖକୁ କଲ୍ କରିଥିଲେ । ସେ ନିଜକୁ ସିବିଆଇ ଅଫିସର ପରିଚୟ ଦେଇଥିବା ବେଳେ ଘର ଦିଲ୍ଲୀରେ ବୋଲି ପରିଚୟ ଦେଇଥିଲେ । ଏହାପରେ ସେହି ନଗ୍ନ ଭିଡିଓ ଦେଖାଇ ଇଞ୍ଜିନିୟରଙ୍କୁ ବ୍ଲାକ୍ ମେଲ୍ କରିଥିଲେ । ଲୋକ ଲଜ୍ଜ୍ୟା ଭୟରେ ଇଞ୍ଜିନିୟର ଜଣକ ତାଙ୍କ ପାଖକୁ ଟଙ୍କା ପଠାଇଥିଲେ । ବିଭିନ୍ନ କିସ୍ତିରେ ଇଞ୍ଜିନିୟର ଜଣକ ୨୫ ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି । ସାଇବର ଥାନା ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।