ମାଲବାହୀ ଟ୍ରେନ୍ରୁ ଅଲଗା ହୋଇ ବଗି ଛାଡି ପଳାଇଲା ଇଞ୍ଜିନ
ଯାଜପୁର : ଟଳିଲା ଆଉ ଏକ ରେଳ ଅଘଟଣ । ମାଲବାହୀ ଟ୍ରେନ୍ରୁ ହଠାତ୍ ଅଲଗା ହୋଇଗଲା ଇଞ୍ଜିନ । ବଗି ଛାଡି ପଳାଇଲା ଇଞ୍ଜିନ । ଯାଜପୁର ଜିଲା ହରିଦାସପୁର-ପାରାଦୀପ ରେଳପଥର ଏକ ମାଲବାହୀ ଟ୍ରେନର ଇଞ୍ଜିନ ଅଲଗା ହୋଇଯାଇଥିଲା ।
ସୂଚନା ଯେ, ଆଜି ସକାଳୁ ହରିଦାସପୁର ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ । ପତରାଜପୁର ନିକଟରେ ହଠାତ୍ ଇଞ୍ଜିନ ଅଲଗା ହୋଇଯାଇଥିଲା। କିଛି ସମୟ ପରେ ରେଳବାଇ କର୍ତ୍ତୃପକ୍ଷ ବଗି ସହ ଇଞ୍ଜନିକୁ ଯୋଡିଥିଲେ। ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିଲା ଟ୍ରେନ । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।