ଦଶମ ପାସଙ୍କ ପାଇଁ ନିଯୁକ୍ତିର ସୁଯୋଗ ! ପୋଷ୍ଟ ଅଫିସରେ ଏହି ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ ପ୍ରକ୍ରିୟା
ନୂଆଦିଲ୍ଲୀ : ଆପଣ ଯଦି ଦଶମ ପାସ୍ କରିଛନ୍ତି ଓ ଇଣ୍ଡିଆନ୍ ପୋଷ୍ଟରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ଦେବା ପାଇଁ ଇଣ୍ଡିଆ ପୋଷ୍ଟ ବିଜ୍ଞପ୍ତି ଜାରି କରିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରୁଥିବା ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ indiapost.gov.in ଭିଜିଟ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦ ଜୁଲାଇ ୨୦୨୨ ରଖାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ ୨୪ ଟି ପଦବୀ ପୂରଣ ହେବ ।
ଗୁରୁତ୍ୱପୂର୍ଣ୍ଣ ତାରିଖ :
ଆବେଦନ କରିବାର ଶେଷ ତାରିଖ – ୨୦ ଜୁଲାଇ ୨୦୨୨
ଖାଲିଥିବା ପଦବୀ ବିବରଣୀ :
ମୋଟ ପଦବୀ ସଂଖ୍ୟା- ୨୪
ଶିକ୍ଷାଗତ ଯୋଗ୍ୟତା :
ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିବା ଉଚିତ୍ । ବୈଧ ଡ୍ରାଇଭିଂ ଲାଇସେନ୍ସ ଓ ଡ୍ରାଇଭିଂ ଅଭିଜ୍ଞତା ଥିବା ଆବଶ୍ୟକ ।
ବୟସ ସୀମା :
ପ୍ରାର୍ଥୀମାନଙ୍କର ବୟସ ୫୬ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।
ଏହପରି କରିପାରିବେ ଆବେଦନ :
ଆବେଦନ ଫର୍ମ ପୂରଣ କରନ୍ତୁ ଓ ଏହି ଠିକଣାରେ ପଠାନ୍ତୁ – ଶ୍ରୀରାମ ମ୍ୟାନେଜର (JAG), ମେଲ ମୋଟର ସେବା ନମ୍ବର -୩୭, ଗ୍ରୀମ୍ସ ରୋଡ, ଚେନ୍ନାଇ- ୬୦୦୦୦୬ । ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ଇଣ୍ଡିଆ ପୋଷ୍ଟ ୱେବସାଇଟ୍ ଭିଜିଟ୍ କରିପାରିବେ । ପ୍ରାର୍ଥୀମାନଙ୍କୁ ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସମ୍ପୂର୍ଣ୍ଣ ବିଜ୍ଞପ୍ତିକୁ ଧ୍ୟାନରେ ସହ ପଢିବାକୁ ପରାମର୍ଶ ଦିଆଯାଇଛି । ଥରେ ଆବେଦନ କରିସାରିବା ପରେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପ୍ରତ୍ୟାହାର କରିବାକୁ ସମର୍ଥ ହେବେ ନାହିଁ । ତେଣୁ ଆବେଦନ କରିବା ପୂର୍ବରୁ ସମ୍ପୂର୍ଣ୍ଣ ବିଜ୍ଞପ୍ତିକୁ ଧ୍ୟାନରେ ସହ ପଢନ୍ତୁ ।