ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ। ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ ପାଇଁ ସୁଖ୍ୟାତି ପାଇଥିଲେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି। ତାଙ୍କ ବିୟୋଗରେ ଶୋକଛାୟା ଖେଳି ଯାଇଛି।
ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ହୋଇଥିଲା। ସେ ୧୯୫୩ ମସିହାରେ ମାଟ୍ରିକ୍ ଓ ୧୯୫୭ ମସିହାରେ ବିଏ ପାସ୍ କରିଥିଲେ। ୧୯୫୯ ମସିହାରେ ଅର୍ଥନୀତିରେ ରେଭେନ୍ସା କଲେଜରୁ ଏମ୍ଏ ପାସ୍ କରିଥିଲେ। ତା’ପରେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ସେ ବିଭିନ୍ନ କଲେଜରେ ଅଧ୍ୟାପିକା ଭାବେ ଚାକିରି କରିଥିଲେ। ତେବେ ୧୯୯୨ ମସିହାରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଚାକିରିରୁ ଅବସର ନେଇଥିଲେ।