ଋଷର ଆକ୍ରମଣ ଆଶଙ୍କା ମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କୁ ସ୍ବଦେଶ ଫେରିବାକୁ କହିଲା ଦୂତାବାସ
ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣର ଆଶଙ୍କା କ୍ରମାଗତ ଭାଭେ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ଏବେ ଭାରତ ଉପରେ ପଡିଲାଣି । ଭାରତୀୟ ଦୂତାବାସ ଭାରତୀୟଙ୍କୁ ୟୁକ୍ରେନ ଛାଡିବାକୁ ପରାମର୍ଶ ଦେବା ସହ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସହିତ ସମ୍ପର୍କ ରଖିବାକୁ କହଛି । ଏଭଳି ପରିସ୍ତିତିରେ ୟୁକ୍ରେନ୍ ଯାତ୍ର ନକରିବା ପାଇଁ ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନ ୟୁକ୍ରେନରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଜାରି ରହିଥିବା ନେଇ ଦୂତାବାସ ସ୍ପଷ୍ଟ କରିଛି । ଭାରତୀୟ ନାଗରିକଙ୍କୁ ସମସ୍ତ ସୁବିଧା ଯୋଗେଇବା ପାଇଁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ତାର କାର୍ଯ୍ୟ ଜାରି ରଖିବ । ଭାରତ ପୂର୍ବରୁ ଆମେରିକା, ବ୍ରିଟେନ ସମେତ ଅନେକ ଦେଶ ନିଜ ନିଜ ନାଗରିକଙ୍କୁ ୟୁକ୍ରେନ ନଯିବାକୁ ପରାମର୍ଶ ଦେଇ ସାରିଛନ୍ତି ।