ଢେଙ୍କାନାଳରେ ଥମୁନି ହାତୀ ଆତଙ୍କ, ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀ
ଢେଙ୍କାନାଳ : ଢେଙ୍କାନାଳ ଜିଲାରେ ଥମୁନି ହାତୀ ଆତଙ୍କ । ଢେଙ୍କାନାଳ ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ମହୁଲପାଳ ଗ୍ରାମରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସକାଳୁ ଦୁଇଟି ଦନ୍ତା ହାତୀ ଦୀର୍ଘ ସମୟ ଧରି ଛିଡା ହୋଇ ରହିଥିବା ଦେଖିବାକୁ ମିଳିଛି । ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି।
ସୂଚନା ମୁତାବକ, ଗତ ରାତିରେ ଭୁବନ ରେଞ୍ଜ ଜିରାଳ ବିଟ ଅଞ୍ଚଳରୁ ଦୁଇଟି ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଜଙ୍ଗଲକୁ ଆଉ ଫେରି ପାରି ନଥିଲେ । କାମାକ୍ଷାନଗର ସହର ନିକଟରେ ହାତୀ ଥିବା ଦେଖି ଲୋକେ ଭୟଭୀତ ଅଛନ୍ତି । ହାତୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ବନ ବିଭାଗ ହାତୀ ଦୁଇଟିକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଲୋକଙ୍କ ଭିଡ଼ କାରଣରୁ ସେମାନେ ସ୍ଥାନରେ ଛିଡା ହୋଇ ରହିଛନ୍ତି । ତେଣୁ ବନବିଭାଗ ହାତୀଙ୍କ ଉପରେ କଡା ନଜର ରଖିଛି । ସନ୍ଧ୍ୟା ହେଲେ ହାତୀଙ୍କୁ ନିକଟସ୍ଥ ଜଙ୍ଗଲକୁ ଘଉଡାଇ ଦିଆଯିବ ବୋଲି ସୂଚନା ଦେଇଛି ବନବିଭାଗ।