ଆଜି ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ

ଭୁବନେଶ୍ୱର : ଆଜି ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ରାଜ୍ୟର ସମସ୍ତ ୩୦ ଜିଲାର ଜିଲା ପରିଷଦ ଗଠନ ପାଇଁ ଏହି ନିର୍ବାଚନ ହେବ । ସବୁ ଜିଲା ପରିଷଦ ଜୋନ୍ରେ ବିଜେଡି ସଂଖ୍ୟା ଗରିଷ୍ଠତା ଥିବାରୁ ପ୍ରାୟତଃ ସମସ୍ତ ଜିଲାର ଅଧ୍ୟକ୍ଷ ଆସନ ବିଜେଡି ଦଳ ପାଖକୁ ଯିବ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ସଂଖ୍ୟା ଦୃଷ୍ଠିରୁ ସବୁ ଜିଲାରେ ବିଜେଡି ଜିଲା ପରିଷଦ ସଭାପତି ଆସନ ହାତେଇବା ଜଣାପଡ଼ିଛି ।
ଚଳିତ ଥର ଜିଲା ପରିଷଦ ସଭାପତି ନିର୍ବାଚନରେ ଦଳ ବିରୋଧ ଆଇନ ଲାଗୁ ହେଉଥିବାରୁ ଦଳୀୟ ଚିହ୍ନରେ ଲଢି ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟମାନେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନିଜ ଦଳର ପ୍ରତିନିଧିଙ୍କୁ ଦେଖାଇ ଦେବେ । ତେବେ ସଂଖ୍ୟା ଦୃଷ୍ଟିରୁ ସବୁ ଜିଲ୍ଲାରେ ବିଜେଡି ବହୁମତ ପାଇଥିବାରୁ ନିର୍ବାଚନ ହେବାର ଆଶା କମ୍ ରହିଛି । ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଏବଂ ୧.୩୦ରୁ ୪ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ।