୨୨ ଯାଏଁ ବଢ଼ିଲା ନିର୍ବାଚନୀ କଟକଣା: ଆଉଟ୍ ଡୋରକୁ ନା, ଇନ୍ଡୋରକୁ ହଁ
ଶୋଭାଯାତ୍ରା ଓ ରୋଡ୍ ଶୋ’ ଉପରେ କଟକଣା ଜାରି କଲେ ଭାରତ ନିର୍ବାଚନ ଆୟୁକ୍ତ
ନୂଆଦିଲ୍ଲୀ: ୫ଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାରତ ନିର୍ବାଚନ କମିଶନର ପ୍ରଚାର କଟକଣାକୁ ବୃଦ୍ଧି କରିଛନ୍ତି । ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଆସନ୍ତା୨୨ ପର୍ଯ୍ୟନ୍ତକଟକଣା ବୃଦ୍ଧି କରାଯାଇଛି । ରାଲି ଓ ରୋଡ୍ ଶୋ’ ଉପରେ କଟକଣା ଜାରି କରିଛନ୍ତି ଇସିଆଇ । ଏହି କଟକଣା ଅବଧି ଆଜି ସରୁଥିଲା । ମୁଖ୍ୟତଃ ଶାରୀରିକ ରାଲି ଓ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗତ ସପ୍ତାହରେ ପାଂଚଟି ରାଜ୍ୟ ପାଇଁ ମତଦାନ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ସେଥିରେ ଜାନୁଆରୀ ୧୫ ପର୍ଯ୍ୟନ୍ତ ଉତରପ୍ରଦେଶ, ଉତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ନିର୍ବାଚନ ସମାବେଶ, ରୋଡ୍ ଶୋ ଏବଂ ବୈଠକକୁ ନିଷିଦ୍ଧ କରାଯାଇଥିଲା ।
ଏହା ପରେ କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ୫ଟି ରାଜ୍ୟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସ୍ଥିତି ଖରାପ ଥିବା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଜଣାଇଛନ୍ତି । ସେମାନେ କହିଥିଲେ ଯେ, ଏ ଯାଏଁ ସଂକ୍ରମଣ ବନ୍ଦ ହୋଇନାହିଁ । କିନ୍ତୁ ଓମିକ୍ରନ୍ ଭ୍ୟାରିଆଂଟ ଡେଲଟା ଭଳି ଭୟଙ୍କର ନୁହଁ । ତଥାପି ଏହି ସମୟରେ କଟକଣା କୋହଳ କଲେ ବିପଦ ବଢ଼ିପାପରେ । ତେଶୁ ନିର୍ବାଚନ ସଂକ୍ରାନ୍ତୀୟ ରାଲି ଏବଂ ଶାରୀରିକ ପ୍ରଚାର ଉପରେ କଟକଣା ଲାଗାଇବାକୁ ପ୍ରସ୍ତବା ଦିଆଯାଇ ଥିଲା ।
ସେହି ଅନୁଯାୟୀ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଲି ଏବଂ ପ୍ରଚାର ଉପରେ କଟକଣା ବୃଦ୍ଧି କରିବାକୁ ସହମତି ହୋଇଛି । ତେବେ ଇନଡୋର ମିଟିଂ ପାଇଁ ୩୦୦ ଲୋକଙ୍କକୁ କିମ୍ବା ୫୦ ପ୍ରତିଶତ କ୍ଷମତାକୁ ଅନୁମତି ଦିଆଯାଇଛି । ରାଜନୈତିକ ଦଳ ଗୁଡ଼ି କୋଭିଡ୍ ପ୍ରୋଟୋକଲ ମାନିବାକୁ ପରମାର୍ଶ ଦିଆଯାଇଛି । ସୂଚନା ଅନୁଯାୟୀ, ଉତରପ୍ରଦେଶରେ ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମଣିପୁରର ୬୦ଟି ନିର୍ବାଚନମଣ୍ଡଳୀରେ ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଫେବୃଆରୀ ୧୪ରେ ଗୋଆ, ପଞ୍ଜାବ ଏବଂ ଉତରାଖଣ୍ଡରେ ମତଦାନ ହେବ । ମାର୍ଚ୍ଚ ୧୦ ରେ ସମସ୍ତ ପାଂଚଟି ରାଜ୍ୟରେ ଗଣନା କରାଯିବ ।
ଏଥିସହ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକକୁ ସର୍ବାଧିକ ୩୦୦ ବ୍ୟକ୍ତି କିମ୍ୱା ହଲ୍ର କ୍ଷମତାର ୫୦ ପ୍ରତିଶତ ଲୋକଙ୍କ ସହିତ ଇନଡୋର ବୈଠକ କରିବାକୁ ଅନୁମତି ଦେଇଛନ୍ତି । ଏହା ବ୍ୟତୀତ ମୋଡେଲ୍ କୋଡ୍ ଅଫ କଣ୍ଡକ୍ଟର(ଏମସିସି) ନିୟମ ଏବଂ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରିବାକୁ ରାଜନୈତିକ ଦଳ ଗୁଡିକୁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି । ଇସିଆଇ ରାଜ୍ୟ/ଜିଲ୍ଲା ପ୍ରଶାସନକୁ ଏମସସି ଏବଂ କୋଭିଡ୍ ଗାଇଡ୍?ର ଅନୁପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଉତର ପ୍ରଦେଶ, ପଞ୍ଜାବ, ଉତରାଖଣ୍ଡ, ଗୋଆ ଓ ମଣିପୁତରରେ ନିର୍ବାଚନ ତାରିଖ ଘୋଷଣା ସମୟରେ ଆୟୋଗ ମହାମାରୀକୁ ଦୃଷ୍ଟିର ରଖି ଜାନୁଆରୀ ୧୫ ଯାଏଁ ରାଲି ଏବଂ ଜନସଭା ଉପରେ ରୋକ୍ ଲଗାଇଥିଲେ । ଆୟୋଗ ଏହି ରାଜ୍ୟଗୁଡିକରେ କ୍ୟାମ୍ପେନକୁ ନେଇ ମାର୍ଗଦର୍ଶିକା ଜାରି କରିଥିଲେ । ଏଥିରେ ଜନସଭା ଉପରେ ମଧ୍ୟ କଟକଣା ଲଗାଯାଇଥିଲା । ୫ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ୍ କରିବାକୁ ନିୟମ ପ୍ରଣୟନ ହୋଇଛି । କେବଳ ଏତିକି ନୁହେଁ ଭୋଟ୍ ଫଳାଫଳ ପରେ ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ ରୋକ୍ ଲଗାଯାଇଥିଲା ।