ରାଜ୍ୟରେ ୪୦ ଡିଗ୍ରୀ ଉପରେ ୮ ସହର : ତତଲା କଡ଼େଇରେ ଟିଟିଲାଗଡ଼
ଭୁବନେଶ୍ୱର : ତାତି କମିବାରୁ ଉପକୂଳ ଓଡିଶାବାସୀ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାବାସୀ ଡହଡହ ଖରାରେ ସିଝୁଛନ୍ତି । ବିଶେଷ କରି ଟିଟିଲାଗଡ଼ରେ ନିଆଁ ବର୍ଷା ହେଉଛି । ଶୁକ୍ରବାର ଟିଟିଲାଗଡ଼ ତାପମାତ୍ରା ୪୩.୪ ଡିଗ୍ରୀ ରେକର୍ଡ କରାଯାଇଛି । ୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆଂଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବାଲେଶ୍ୱରରେ ୩୬.୦ ଡିଗ୍ରୀ, ଚାନ୍ଦବାଲିରେ ୩୬.୦ ଡିଗ୍ରୀ, କଟକରେ ୩୩.୬ ଡିଗ୍ରୀ, ପାରାଦୀପରେ ୩୨.୧ ଡିଗ୍ରୀ, ଭୁବନେଶ୍ୱରରେ ୩୪.୫ ଡିଗ୍ରୀ, ଗୋପାଳପୁରରେ ୨୯.୭ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ଅନୁଗୋଳରେ ୩୮.୧ ଡିଗ୍ରୀ, ବାରିପଦାରେ ୩୮.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୫ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୭.୩ ଡିଗ୍ରୀ, ସମ୍ୱଲପୁରରେ ୩୯.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦.୦ ଡିଗ୍ରୀ, ହୀରାକୁଦରେ ୩୮.୬ ଡିଗ୍ରୀ, ତାଳଚେରରେ ୪୦.୨ ଡିଗ୍ରୀ, ଭବାନୀପାଟଣାରେ ୪୦.୫ ଡିଗ୍ରୀ, ବଲାଙ୍ଗିରରେ ୪୨.୪ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, ଫୁଲବାଣୀରେ ୩୯.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୪ ଡିଗ୍ରୀ, ମାଲକାନଗିରିରେ ୩୯.୫ ଡିଗ୍ରୀ, ସୋନପୁରରେ ୪୦.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୫ ଡିଗ୍ରୀ, ନୟାଗଡ଼ରେ ୩୬.୫ ଡିଗ୍ରୀ, ବୌଦ୍ଧରେ ୪୧.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୫ ଡିଗ୍ରୀ, ଭଦ୍ରକରେ ୩୭.୫ ଡିଗ୍ରୀ ଓ ଯାଜପୁରରେ ୩୭.୦ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି ।