ଶିକ୍ଷା ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ! ବିଭିନ୍ନ ସ୍କୁଲ ପରିଦର୍ଶନ କରି ପାଠପଢା, ପରିଚାଳନା ଓ ଖାଦ୍ୟ ସମ୍ପର୍କରେ କଲେ ତଦାରଖ
![](https://thetruths.in/wp-content/uploads/2022/06/Education-Minister-Samir-Ranjan-Dash-1024x578.jpg)
ବାଲେଶ୍ୱର : ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାଲେଶ୍ୱର ଗସ୍ତ । ମନ୍ତ୍ରୀ ଶ୍ରୀ ଦାଶ ଏବଂ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ମିଳିତ ଭାବେ ଶନିବାର ବାଲେଶ୍ୱର ସହରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ସହରରେ ଥିବା ବାରବାଟୀ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ, ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଜିମାବାଦ ୟୁ.ଜି.ଏମ.ଇ. ସ୍କୁଲ, ମହାବୀର ସରକାରୀ ଉ.ପ୍ରା ବିଦ୍ୟାଳୟ ଏବଂ ହଜିନାସିରୁଦ୍ଦିନ ସରକାରୀ ବିଦ୍ୟାଳୟକୁ ସକାଳୁ ସକାଳୁ ହଠାତ ପରିଦର୍ଶନ କରିଥିଲେ ।
![](https://thetruths.in/wp-content/uploads/2022/06/Education-Minister-Samir-Ranjan-Dash-1-1024x578.jpg)
![](https://thetruths.in/wp-content/uploads/2022/06/Education-Minister-Samir-Ranjan-Dash-2-1024x578.jpg)
ସେଠାରେ ସ୍କୁଲ ପିଲାଙ୍କ ସହ ପାଠପଢା ସଠିକ ଭାବେ ହେଉଛି କି ନାହିଁ ପଚାରି ବୁଝିବା ସହ ସ୍କୁଲ ପରିଚାଳନା ଏବଂ ପିଲାଙ୍କୁ ଉତ୍ତମ ମାନର ଖାଦ୍ୟ ଦିଆଯାଉଛି କି ନାହିଁ ତାହା ତଦାରଖ କରିଛନ୍ତି ଉଭୟ ମନ୍ତ୍ରୀ ଏବଂ ବିଧାୟକ । ସେହିପରି ରାସ୍ତାରେ ଯାଉଥିବା ଦିବ୍ୟାଙ୍ଗ ଏବଂ ଭିନ୍ନକ୍ଷମ ସ୍କୁଲ ପିଲାଙ୍କୁ ଭେଟି ଚକୋଲେଟ ପ୍ରଦାନ କରିବା ସହ ସେମାନଙ୍କ ସୁଖଦୁଃଖ ବୁଝିଥିଲେ ଏବଂ ସେମାନଙ୍କ ସହ କିଛି ସମୟ ବିତାଇଥିଲେ ।
![](https://thetruths.in/wp-content/uploads/2022/06/Education-Minister-Samir-Ranjan-Dash-3-1024x577.jpg)
![](https://thetruths.in/wp-content/uploads/2022/06/Education-Minister-Samir-Ranjan-Dash-4-1024x578.jpg)
ସେହିପରି ସକାଳେ ପୋଲିସ ଲାଇନ ସ୍କୁଲ ସମ୍ମୁଖରେ ବାଲେଶ୍ୱର ବାସୀଙ୍କ ପାଇଁ ନିର୍ମାଣ ହୋଇଥିବା ଖୋଲା ଜିମରେ ଲୋକଙ୍କ ସହ କିଛି ସମୟ ବ୍ୟୟାମ ଅଭ୍ୟାସ କରିଥିଲେ ଉଭୟ ମନ୍ତ୍ରୀ ଏବଂ ବିଧାୟକ l ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ପ୍ରତିଦିନ ସକାଳେ ଏହିଭଳି କିଛି ସମୟ ବ୍ୟୟାମ କରିବାକୁ ପରାମର୍ଶ କରିଥିଲେ l
![](https://thetruths.in/wp-content/uploads/2022/06/Education-Minister-Samir-Ranjan-Dash-5-1024x575.jpg)
![](https://thetruths.in/wp-content/uploads/2022/06/Education-Minister-Samir-Ranjan-Dash-6-1024x576.jpg)
କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ବିସ୍ମୟ ଚରଣ ସୁତାର, ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ରାଉତ, ବ୍ଲକ ସଭାପତି ବସନ୍ତ ପଣ୍ଡା, ୱାର୍ଡ଼ କାଉଁସିଲର ବିଶ୍ୱଜିତ ମହାପାତ୍ର, କାର୍ତିକ ସାହୁ, ସେଖ ଆୟୁବ, ମିନା ମହାନ୍ତି, ସନ୍ଧ୍ୟାରାଣୀ ଜେନା, ସେଖ ସକୀର ଖାନ, ପଙ୍କଜ ଅଗ୍ରୱାଲ ଏବଂ ପ୍ରଣବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l