ମହାମହିମ ରାଜ୍ୟପାଳଙ୍କୁ ଭେଟିଲେ ରାଧାକୃଷ୍ଣ ଗୋଶାଳାର ସମ୍ପାଦକ
ବାରିପଦା : ରାଧାକୃଷ୍ଣ ଗୋ ସେବା ସମିତି, ଗୋକୁଳଧାମ ଗୁଣ୍ଡିହୁଡ଼ି, ଶାମାଖୁଣ୍ଟା ଗୋଶାଳାର ସମ୍ପାଦକ ହେମନ୍ତ ଶାହା ଓଡିଶାର ମହାମହିମ ରାଜ୍ୟପାଳ ପ୍ରୋଫେସର ଗଣେଶୀ ଲାଲ ଜୀଙ୍କୁ ଭେଟି ଗୋଶାଳାର କାର୍ଯ୍ୟ ତଥା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗତବର୍ଷ ୨୦୨୨ ମସିହା ଅକ୍ଟୋବର ମାସରେ ମହାମହିମ ରାଜ୍ୟପାଳ ଗୋଶାଳାରେ ଗର୍ଭବତୀ ଗୋମାତା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଗୃହ ଉଦ୍ଘାଟନ କରିଥିଲେ । ଏହି ସମୟରେ ଗୋଶାଳାର ସଦସ୍ୟଙ୍କ ସହ ଗୋଶାଳାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ସମସ୍ୟା ଭାବେ ଗୋମାତା ମାନଙ୍କ ଖାଦ୍ୟ ପାଇଁ ଆବଶ୍ୟକତା ଅନୁଯାୟୀ ଘାସ ମିଳୁନଥିବା ହେତୁ ନିକଟରେ ଥିବା ଏକ ସରକାରୀ ଗୋଚର ଜମିରେ ଘାସ ଚାଷ କରିବା ପାଇଁ ସଦସ୍ୟ ମାନେ ମହାମହିମଙ୍କୁ ନିବେଦନ କରିଥିଲେ ଏବଂ ସେହି ଗୋଚର ଜମିରୁ କିଛି ଗୋଶାଳାକୁ ଆବଣ୍ଟିତ କରିବା ପାଇଁ ମହାମହିମ ରାଜ୍ୟପାଳ ମୋହଦୟ ଜିଲ୍ଲାପାଳଙ୍କୁ କହିଥିଲେ ମାତ୍ର ଆଜି ଯାଏ ତାହା କାର୍ଯ୍ୟକାରୀ ନହେବା ଶୁଣି ମହାମହିମ ରାଜ୍ୟପାଳ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ପ୍ରକାଶ କରିଥିଲେ ଏବଂ କିପରି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରି ରାଜଭବନ କାର୍ଯ୍ୟାଳୟ ତରଫରୁ ଏକ ପତ୍ର ଜିଲ୍ଲାପାଳଙ୍କୁ କରାଯାଇ ଗୋମାତା ଙ୍କର ଖାଦ୍ୟପେୟରେ ବ୍ୟବସ୍ଥା ହୋଇପାରିବ ଗ୍ରହଣକୁ କରିବେ ବୋଲି ଶ୍ରୀ ଶାହାଙ୍କୁ କହିଥିଲେ ।