ସଞ୍ଜୟ ରାଉତଙ୍କୁ ଅଟକ ରଖିଲା ଇଡି
ମୁମ୍ବାଇ: ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ ପରେ ଏହି ଶିବସେନା ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଟକ ରଖିଛି । ଏହି ସୂଚନା ଦେଇ ସଞ୍ଜୟ ରାଉତଙ୍କ ଭାଇ ସୁନୀଲ ରାଉତ କହିଛନ୍ତି ଯେ ଅଧିକାରୀମାନେ ତାଙ୍କୁ ଦକ୍ଷିଣ ମୁମ୍ବାଇର ଇଡି କାର୍ଯ୍ୟାଳୟକୁ ନେଉଛନ୍ତି।
ଇଡି ଅଧିକାରୀମାନେ ସକାଳେ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଥିଲେ। ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଇଡି ତାଙ୍କୁ ପଚରାଉଚରା ପାଇଁ ଦୁଇଥର ସମନ ଜାରି କରିଥିଲେ ମଧ୍ୟ। କିନ୍ତୁ ସେ ହାଜର ହୋଇନଥିଲେ। ଏହାପୂର୍ବରୁ ଇଡି ଅଧିକାରୀଙ୍କ ଆଜି ସକାଳେ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚି ପାତ୍ରା ଚଲ୍ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଛାନଭିନ୍ କରିଥିଲେ ।
ସଞ୍ଜୟ ରାଉତଙ୍କ ଘରେ ରେଡ୍ ଖବର ସାମ୍ନାକୁ ଆସିବା ପରେ ତାଙ୍କ ସମର୍ଥକମାନେ ରାଉତଙ୍କ ଘର ବାହାରେ ରୁଣ୍ଡ ହୋଇଥିଲେ। ସେମାନେ ଇଡି ଆକ୍ସନକୁ ବିରୋଧ କରିଥିଲେ। ଅନେକ ଶିବ ସୈନିକ ଇଡି ଓ ବିଜେପି ବିରୋଧରେ ସ୍ଲୋଗାନ ଦେଇଥିଲେ ।