ମୋମୋଜ ଖାଇ ଜଣେ ମୃତ, ଏମ୍ସ ଜାରି କଲା ଏଡଭାଇଜରୀ
ନୂଆଦିଲ୍ଲୀ: ମୋମୋଜ ଖାଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଏମ୍ସ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ମୋମୋଜକୁ ଭଲ ଭାବେ ଚୋବାଇବା ପରେ ସାବଧାନତାର ସହ ଗିଳିବାକୁ ଏମ୍ସ ପରାମର୍ଶ ଦେଇଛି । ଏମିତି ନକଲେ ଶରୀର ପାଇଁ କ୍ଷତିକାରକ ହେବା ସହ ଜୀବନ ମଧ୍ୟ ଯାଇପାରେ । ମୋମୋଜ ଖାଇ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେଥିପାଇଁ ଦିଲ୍ଲୀସ୍ଥିତ ଏମ୍ସ ଏପରି ଚେତାବନୀ ଦେଇଛି ।
ସୂଚନାଯୋଗ୍ୟ, ଦକ୍ଷିଣ ଦିଲ୍ଲୀର ଜଣେ ବ୍ୟକ୍ତିକୁ ଏମ୍ସ ଅଣାଯାଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ମଦ ପିଇବା ସହ ଗୋଟିଏ ଦୋକାନରେ ଠିଆ ହୋଇ ମୋମୋଜ ଖାଉଥିଲେ । ଆଉ ଏହି ସମୟରେ ତଳେ ପଡ଼ି ଯାଇଥିଲେ । ତାଙ୍କ ୱିଣ୍ଡପାଇପରେ ମୋମୋଜ ଅଟକି ଯାଇଥିବା ନେଇ ପୋଷ୍ଟମୋର୍ଟମ ରିପୋର୍ଟରେ ସାମ୍ନାକୁ ଆସିଛି । ବିଶେଷଜ୍ଞମାନେ ଏହାକୁ ନ୍ୟୁରୋଜେନିକ ହୃଦଘାତ କହିଛନ୍ତି ।