ବର୍ଷା ଦିନେ ସୁସ୍ଥ ରହିବାକୁ ଖାଆନ୍ତୁ ଏହିସବୁ ଖାଦ୍ୟ, ରୋଗରୁ ବର୍ତ୍ତିବା ପାଇଁ ୫ଟି ଉପାୟ
ସାଧାରଣତଃ ବର୍ଷାଦିନେ ହୋଇଥାଏ ବହୁ ପ୍ରକାରର ସ୍ୱାସ୍ଥ୍ୟଜନିତ ସମସ୍ୟ।। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ଏପରି କିଛି ଜିନିଷ ରହିଛି, ଯାହାକୁ ବର୍ଷା ଦିନେ ଖାଇବା ଫଳରେ ଅନେକ ଲାଭ ମିଳିଥାଏା
ଆସନ୍ତୁ ଜାଣିବା :-
ବର୍ଷାଦିନଗୁଡ଼ିକରେ ଆପଣ ତୁଳସୀ ପତ୍ରକୁ ବାଟି ତା’ ରସ ପିଇପାରିବେ।
ଏହାସହ ଗୁଡ଼ କିମ୍ବା ମହୁ ମିଶାଇ ପିଇପାରିବ। ନଚେତ୍ ଚା’ରେ ପକାଇ ହର୍ବାଲ ଟି ପ୍ରସ୍ତୁତ କରିପାରିବ। ଏହା ଦ୍ୱାରା ଥଣ୍ଡା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏା
ବର୍ଷା ଦିନେ ଅଧିକ ମାତ୍ରାରେ ରସୁଣ ଖାଇବା ଜରୁରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏା ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏା
ଏହି ଦିନେ ପଇଡ଼ ପାଣି ମଧ୍ୟ ପ୍ରତିଦିନ ପିଇବା ଫଳରେ ଅନେକ ଲାଭ ମିଳିଥାଏା ପେଟ ଜନିତ ଅନେକ ସମସ୍ୟାରୁ ପଇଡ଼ ପାଣି ରକ୍ଷା କରିଥାଏା
ବର୍ଷା ଦିନେ ପେଟ ଯନ୍ତ୍ରଣାରୁ ମୁକ୍ତ ପାଇବା ପାଇଁ ଜିରା ଖାଇବା ଲାଭଦାୟକ ହୋଇଥାଏା ଏହି ଦିନରେ ହଜମ ଶକ୍ତି କମ୍ ହୋଇଥିବାରୁ ପେଟରେ ଯନ୍ତ୍ରଣା ଦେଖାଦେଇଥାଏା ତେଣୁ ପ୍ରତିଦିନ ଖାଲି ପେଟରେ ୧ ଚାମଚ ଜିରା ଖାଇବା ଆବଶ୍ୟକ।
ପାଚିଲା ଆମ୍ବ ମଧ୍ୟ ଏହି ଦିନରେ ଅତ୍ୟନ୍ତ ଜରୁରୀ ହୋଇଥାଏା ଯାହା ଫଳରେ ପଚନ ତନ୍ତ୍ର ମଜଭୁତ ହୋଇଥାଏ ।
ରୋଗରୁ ବର୍ତ୍ତିବା ପାଇଁ ୫ଟି ଉପାୟ :
ବର୍ଷା ଦିନରେ ଖାଦ୍ୟ ପାନୀୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ବର୍ଷା ଦିନେ ହାଲକା ଖାଇବା ଭଲ। ଏହି ଦିନରେ ବେସନ ଓ ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଭଲ। ଏହା ଶରୀରରେ ପାଚନ କ୍ରିୟା ଠିକ କରିଥାଏ।
ବର୍ଷାଦିନେ ରୋଗ ସହ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ମଜବୁତ ରହିବା ଦରକାର। ସେଥିପାଇଁ ଖାଦ୍ୟରେ ପିଆଜ, ଅଦା, ହଳଦୀ, ମେଥୀ ଆଦି ସାମିଲ କରିପାରିବେ।
ବର୍ଷାଦିନେ ଆପଣ ଫଳ ଅଧିକ ଖାଇ ପାରିବେ। ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ।
ବର୍ଷାଦିନେ ସବୁଠୁ ଅଧିକ ଗ୍ୟାସ ସମସ୍ୟା ହୋଇଥାଏ। ସେଥିପାଇଁ ରାସ୍ତାକଡ଼ ଖାଇବାଠୁ ଦୂରେଇ ରହିପାରିବେ। ଏହି ଖାଦ୍ୟ ଖାଇବା ଦ୍ୱାରା ପେଟରେ ସଂକ୍ରମଣ ହେବାର ସମ୍ଭାବନା ହୋଇଥାଏ। ପେଟରେ ଯନ୍ତ୍ରଣା ହୋଇଥାଏ।
ବର୍ଷାଦିନେ ଉଷୁମ ପାଣି ପିଇବା ଭଲ। ଉଷୁମ ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ।