ନକ୍ସଲ ମୁକାବିଲା ପାଇଁ ପୂର୍ବାଂଚଳ ରାଜ୍ୟ ଡିଜିପି ସମ୍ମିଳନୀ
- ଅପରାଧ ନିୟନ୍ତ୍ରଣ ଓ ନକ୍ସଲ ଦମନ କ୍ଷେତ୍ରରେ ସମନ୍ୱୟ ପାଇଁ ସହମତି
ଭୁବନେଶ୍ୱର : ପୂର୍ବାଂଚଳ ଆଂଚଳିକ ପୋଲିସ ସମନ୍ୱୟ କମିଟିର ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ପୋଲିସ ଡିଜି ଅଭୟଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ର ପୋଲିସ ଡିଜିମାନେ ଯୋଗଦେଇଥିଲେ । ବୈଠକରେ ନକ୍ସଲ ବିରୋଧୀ ଅପରେସନରେ ସମନ୍ୱୟ, ଆଭ୍ୟନ୍ତରୀଣ ସୁରକ୍ଷା ମାମଲାରେ ସମନ୍ୱୟ, ଅନ୍ତଃରାଜ୍ୟ ଅପରାଧ ଯେପରିକି ସାଇବର ଅପରାଧ, ସଂଗଠିତ ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ ଆଦି ନିୟନ୍ତ୍ରଣରେ ସମନ୍ୱୟ ଓ କ୍ଷମତା ବୃଦ୍ଧି କ୍ଷେତ୍ରରେ ସମନ୍ୱୟ ଆଦି ଉପରେ ଆଲୋଚନା ହୋଇଥିଲା ।
ଏହି ସମ୍ମିଳନୀରେ ଏସବୁ ରାଜ୍ୟଗୁଡ଼ିକର ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ବି ଯୋଗ ଦେଇଥିଲେ । ଓଡ଼ିଶା ତରଫରୁ ଗୁଇନ୍ଦା ନିର୍ଦ୍ଦେଶକ ଲଲିତ ଦାସ, ଅତିରିକ୍ତ ଡିଜି (କ୍ରାଇମ ବ୍ରାଂଚ) ସଂଜୀବ ପଣ୍ଡା, ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା) ଆର.କେ. ଶର୍ମା, ପୋଲିସ ଆଇଜି (ଅପରେସନ୍ସ) ଅମିତାଭ ଠାକୁର, ଆଇଜି କ୍ରାଇମବ୍ରାଂଚ ଅମିତେନ୍ଦ୍ର ନାଥ ସିହ୍ନା ଯୋଗ ଦେଇଥିଲେ ।