ଆସାମ, ମଣିପୁର ଓ ମେଘାଳୟରେ ଭୂକମ୍ପ
ନୂଆଦିଲ୍ଲୀ : ଭାରତର ଉତ୍ତର ପୂର୍ବ ତିନୋଟି ରାଜ୍ୟ ଆସାମ, ମଣିପୁର, ମେଘାଳୟରେ ଶୁକ୍ରବାର ଭୂକମ୍ପର ଝଟକା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ତରଫରୁ ଏହି ସୂଚନା ଦିଆଯାଇଛି । ଏନସିଏସ କହିଛି ଯେ ଆସାମର ସୋନିଟପୁର ଜିଲ୍ଲାରେ ୪.୧ ତୀବ୍ରତାରେ ଭୂକମ୍ପ, ମଣିପୁରର ଚାନ୍ଦେଲ ଏବଂ ମେଘାଳୟର ପଶ୍ଚିମ ଖାସି ପାହାଡରେ ଯଥାକ୍ରମେ ୩.୦୧ ଏବଂ ୨.୬ ତୀବ୍ରତା ରେକର୍ଡ କରାଯାଇଛି ।
Earthquakes of magnitude 4.1, 3.0, and 2.6 on the Richter Scale hit Sonitpur (Assam), Chandel (Manipur), West Khasi Hills (Meghalaya) respectively today: National Center for Seismology pic.twitter.com/DM9rNmMmWB
— ANI (@ANI) June 17, 2021
ତିନି ଦିନ ମଧ୍ୟରେ ସୋନୀତପୁର ଜିଲ୍ଲାର ତେଜପୁର ସହରରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ । ମଙ୍ଗଳବାର ରାତିରେ ତେଜପୁରରେ ୩.୦ ତୀବ୍ରତାରେ ଭୂକମ୍ପ ହୋଇଥିବା ରେକର୍ଡ ହୋଇଥିଲା । ଏହା ରାତି ପ୍ରାୟ ୧୦.୫୩ରେ ଅଏନୁଭୂତ ହୋଇଥିଲା । ଭୂକମ୍ପ କେନ୍ଦ୍ର ତେଜପୁରର ୬୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ଥିଲା । ମଣିପୁରର ଚାନ୍ଦେଲ ଅଞ୍ଚଳରେ ରିପୋର୍ଟ ହୋଇଥିବା ଏହି ଭୂକମ୍ପକକୁ ୧୦ କିଲୋମିଟର ଗଭୀରତା ସହିତ ‘ ଶକ୍ତିଶାଳୀ’ ଶ୍ରେଣୀଭୁକ୍ତ କରାଯାଇଛି । ଏନସିଏସ୍ ମାଇକ୍ରୋବ୍ଲଗିଂରେ ଏହା ସପ୍ଷଟ କରାଯାଇଛି । ବିଳମ୍ୱିତ ରାତି ଅର୍ଥାତ୍ ୧.୩୦ରେ ଏଠାରେ ଲାଗଦିଥିଲା ଭୂକମ୍ପର ଝଟକା । ଏହାପୂର୍ବରୁ, ମେ ୨୩ରେ ଉକ୍ରୁଲରେ ୧୦୯ କିଲୋମିଟର ଗଭୀରତାରେ 4.3 ତୀବ୍ରତାରେ ଭୂକମ୍ପ ହୋଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଶୁକ୍ରବାର ଦିନ ଭୂକମ୍ପ ସମୟରେ ଲୋକେ ସୁରକ୍ଷିତ ଥିବା ହୋ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛି । ସେହିପରି ଭୂକମ୍ପ ହେବା ସମୟରେ ଘର ଭିତରେ ଥିବା ଲୋକେ ଆସବାବପତ୍ର, ଝରକା ଏବଂ ଘରର ଲାଇଟ ଠାରୁ ଦୂରେଇ ରହିବା ଉଚିତ୍ । ଲୋକମାନେ ବାହାରେ ଥିଲେ ବିଲ୍ଡିଂ, କାନ୍ଥ ଏବଂ ପାୱାର୍ ପୋଲ୍ ଠାରୁ ଦୂରରେ ରହିବା ଉଚିତ୍ । ଏହି ସମୟରେ ଖୋଲା ସ୍ଥାନକୁ ପଳାଇଯିବା ଭଲ, ଏହାସହ କମ୍ପନ ବନ୍ଦ ନହେବା ପର୍ଯ୍ୟନ୍ତ ସେମାନେ ସେଠାରେ ରହିବା ଉଚିତ୍ । ମନେ ରଖନ୍ତୁ କୋଠା, ବାହ୍ୟ କାନ୍ଥ ଏବଂ ଭାରୀ ଜିନିଷଠାରୁ ଦୂରେଇ ରହିବାକୁ ଯଥେଷ୍ଟ କରନ୍ତୁ ।