ଭୂକମ୍ପରେ ଥରିଲା ଲେହ-ଲଦାଖ, ତୀବ୍ରତା ୪.୮ ରେକର୍ଡ
ଲଦାଖ : ଲେହ-ଲଦାଖରେ ଭୂକମ୍ପ ଅନୁଭୂତ । ଶୁକ୍ରବାର ଭୋର ପ୍ରାୟ ୪ଟା ୧୯ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖ ଆଲଚିର ୧୮୯ କିମି ଉତ୍ତର । ଯାହାର ଗଭୀରତା ୧୦ କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ ୩୫.୮୯ ଏବଂ ଦ୍ରାଘିମା ୭୭.୫୭ ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଏହା ପୂର୍ବରୁ ଗତ ଜୁଲାଇ ମାସରେ ଲେହ-ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ ପ୍ରାୟ ୮ଟା ୪୨ରେ ଭୂକମ୍ପ ହୋଇଥିବା ବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରହିଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖର ୨୯୩ କିମି ପୂର୍ବ-ଉତ୍ତର-ପୂର୍ବରେ ରହିଥିଲା । ଯାହାର ଗଭୀରତା ୩୫ କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ ୩୫.୧୮ ଏବଂ ଦ୍ରାଘିମା ୮୦.୫୩ ରହିଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିଲା । ସେହପରି ୨୦୨୧ ନଭେମ୍ବରରେ ମଧ୍ୟ ପୂର୍ବ ଲେହ ଲଦାଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୩.୭ ଆକଳନ ହୋଇଥିଲା।
ଗତ ଅକ୍ଟୋବରରେ ମଧ୍ୟ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୩.୮ ଆକଳନ ହୋଇଥିଲା । ଅବଶ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । କିନ୍ତୁ ଏ ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇପଡିଥିଲେ । ଏପରିକି ଘର ଛାଡି ଜୀବନ ରକ୍ଷା ପାଇଁ ବାହାରକୁ ପଳାଇ ଆସିଥିଲେ । ଏହା ପୂର୍ବରୁ ଜୁନ ୨୮ରେ ମଧ୍ୟ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ୪.୬ ତୀବ୍ରତାର ଏକ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଥିଲା । ଲେହରେ ପ୍ରାୟ ୧୮ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ହୋଇଥିଲା । ଏନେଇ ଏକ ଟ୍ବିଟ ଯୋଗେ ସୂଚନା ଦେଇଥିଲା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ।