ଦିଲ୍ଲୀ-ଏନସିଆରରେ ଭୂକମ୍ପ, ତୀବ୍ରତା ୫.୯
ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଭୂକମ୍ପ । ଜମ୍ମୁ-କାଶ୍ମୀରରେ ମଧ୍ୟ ଭୂଇଁ ଦୋହଲିଛି । ସେଠାରେ ବି ଲୋକେ ଭୂକମ୍ପର ଝଟକାକୁ ଅନୁଭବ କରିଛନ୍ତି । ଏହି ଭୂକମ୍ପର ତୀବ୍ରତା ୫.୯ ରହିଛି । ଏହାର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁକୁଶ ଅଂଚଳ ରହିଛି । ଏବେ କୌଣସି ପ୍ରକାରର ଧନଜୀବନ ନଷ୍ଟ ହୋଇଥିବାର ସୂଚନା ଆସିନାହିଁ । କିନ୍ତୁ ଲୋକେ ଖୁବ୍ ଭୟଭୀତ ହୋଇ ଯାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ-ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭବ କରାଯାଇଥିଲା । ଏବେ ଦିଲ୍ଲୀ-ଏନସିଆର ଭୂକମ୍ପ ଯୋଗୁଁ ସମ୍ୱେଦନଶୀଳ ଅଂଚଳ ଭାବେ ରହିଛି । ସେଠାରେ ଯଦି ଅଧିକ ତୀବ୍ରତାର ଭୂକମ୍ପ ଆସିବ ତ ବହୁ ପରିମାଣରେ କ୍ଷୟକ୍ଷତି ଘଟିବ, ଏହାର କଳନା କରିବା ବି ମୁସ୍କିଲ ହେବ । ଏହି କାରଣରୁ ଏବେ ଯେଉଁ ପୁଣି ଦିଲ୍ଲୀ-ଏନସିଆରରେ ପୃଥିବୀ ଏତେ ଜୋରରେ ଥରିଛି , ଲୋକେ ଖୁବ୍ ଜୋରରେ ଡ଼଼ରି ଯାଇଛନ୍ତି ।
ସୂଚନା ଯେ, ନୂଆବର୍ଷ ଦିନ ବି ଦେଶରେ ଅଲଗା ଅଲଗା ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ୧ ଜାନୁୟାରୀରେ ବିଳମ୍ୱିତ ରାତ୍ରରେ ୧୧.୨୮ରେ ମେଘାଳୟର ନୋଙ୍ଗପୋହରେ ରିକ୍ଟର ସ୍କେଲରେ ୩.୨ ତୀବ୍ରତାର ଭୂମିକମ୍ପ ଆସିଥିଲା । ସେତେବେଳେ ଭୂମିକମ୍ପର କେନ୍ଦ୍ର ନୋଙ୍ଗପୋହର ଭୂମି ଠାରୁ ୧୦ କିମି ଭିତରେ ଥିଲା । ଏହା ପୂର୍ବରୁ ଉତରାଖଣ୍ଡର ଉତରକାଶୀରୁ ନେଇ ନେପାଳ ଯାଏ ୨୭-୨୮ ଡିସେମ୍ୱର ରାତିରେ ଅନେକ ଭୂକମ୍ପର ଝଟକା ଅନୁଭବ କରାଯାଇଥିଲା । ଭୂମିକମ୍ପର ପ୍ରଥମ ଝଟକା ନେପାଳର ବେଙ୍ଗାଲୁରୁ ଜିଲ୍ଲାରେ ଅନୁଭବ କରାଯାଇ ଥିଲା । ପୁଣି ଖୁଙ୍ଗା ଆଖପାଖରେ ଭୂମିକମ୍ପର ଦ୍ୱିତୀୟ ଝଟକା ଅନୁଭବ କରାଯାଇ ଥିଲା ।