ଭୂକମ୍ପରେ ଥରିଲା ଇଣ୍ଡୋନେସିୟା

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଇଣ୍ଡୋନେସିୟା। ଇଣ୍ଡୋନେସିୟାରେ ଆଜି ସକାଳ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ହଠାତ୍ ଭୂକମ୍ପ ଅନୁଭୁତ ହେବାରୁ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୦ ରହିଛି । ସୂଚନା ମୁତାବକ, ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁଯାୟୀ, ଭୂମିକମ୍ପ ସକାଳ ୬ଟା ୫୩ ମିନିଟରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ସୁଲାବେସୀ ଠାରୁ ୭୭୯ କିଲୋମିଟର ଦୂରରେ ବୋଲି ଜଣାପଡିଛି । ଏଜେନ୍ସି ମୁତାବକ, ଏହି ଭୂମିକମ୍ପରେ କୌଣସି ଧନଜୀବନ ହାନୀର ଖବର ମିଳିନାହିଁ । ଅନ୍ୟପଟେ, ଗତ ମାସରେ ତାଇବାନର ରାଜଧାନୀ ତାଇପେଇରେ ଭୂକମ୍ପ ଅନୁଭୂତ ହୋଇଥିଲା। ସୂଚନାନୁସାରେ, ଏହି ଭୂକମ୍ପର କେନ୍ଦ୍ର ସ୍ଥଳି ରାଜଧାନୀ ତାଇପେଇର ଦକ୍ଷିଣରେ ପ୍ରାୟ ୧୮୨ କିଲୋମିଟର ଦୂରରେ ଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୭ ରେକର୍ଡ ହୋଇଥିଲା । ଏହାସହ ଜାପାନର ରାଜଧାନୀ ଟୋକିଓ ନିକଟରେ ହୋଇଥିବା ଭୂକମ୍ପ ବହୁ ଧ୍ୱଂସଲୀଳା କରିଥିଲା । ଭୂକମ୍ପ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୮ ଜଣ ଆହତ ହୋଇଛନ୍ତି । ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ ସୁନାମି ଚେତାବନୀ ମଧ୍ୟ ଦେଇଥିଲେ ।