ଇ-ଯାନ ନୀତି ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର : କ୍ୟାବେିନେଟ୍ରେ ଇ-ଯାନ ନୀତିକୁ ମଞ୍ଜୁରୀ ମିଳିବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଦୂଷଣ ରୋକିବାକୁ ବିଦ୍ୟୁତ ଚାଳିତ ଯାନକୁ ଲୋକପ୍ରିୟ କରିବାକୁ ଏହି ନୀତି ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଦୁଇ ଚକିଆ ଯାନ ପାଇଁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଥିବା ବେଳେ ତିନି ଚକିଆ ପାଇଁ ୧୨ ହଜାର ଓ ୪ ଚକିଆ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବା ସମ୍ଭାବନା ରହିଛି। ତା ଛଡ଼ା ସରକାରୀ ଅଫିସ୍ ଓ କମ୍ପାନି ବିଦ୍ୟୁତ ଚାଳିତ ଯାନ କିଣିଲେ ସେମାନଙ୍କୁ ଅଧିକ ରିହାତି ମିଳିବ ବୋଲି ଏହି ନୀତିରେ ବ୍ୟବସ୍ଥା ରହିଛି । ଏହାସହ ରୋଡ୍ ଟ୍ୟାକ୍ସ ଓ ପଞ୍ଜୀକରଣ ଫି’ ଛାଡ଼ କରାଯିବା ସମ୍ଭାବନା ରହିଛି।