ପୁଣି ବିବାଦରେ ବିରାଟ : ଜାତୀୟ ସଂଗୀତ ଗାନ ସମୟରେ ଚୋବାଉଥିଲେ ଚୁଇଙ୍ଗମ୍, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଜାତୀୟ ସଂଗୀତ ଗାନ ସମୟରେ ଚୁଇଙ୍ଗମ୍ ଚୋବାଉଥିଲେ । ଆଉ ଏଭଳି କରି ପୁଣିଥରେ ବିବାଦ ଘେରକୁ ଆସିଛନ୍ତି ପୂର୍ବତନ ବିରାଟ କୋହଲି । ଗତକାଲି ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ଏଭଳି କାଣ୍ଡ କରିଥିବାରୁ ଦେଶବାସୀ ବିରାଟଙ୍କ ଉପରେ ଖପ୍ପା ହୋଇଛନ୍ତି । ଏଭଳି ସାଂଘାତିକ ଭୁଲ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିସିସିଆଇ ନିକଟରେ ଦାବି କରିଛନ୍ତି ।
Virat Kohli Chewing gum during National Anthem is highly disrespectful. pic.twitter.com/MADtYS2c9u
— Karamjot Singh (Faridkot) (@Karamjot_Singh1) January 23, 2022
ଗତକାଲି ଅର୍ଥାତ୍ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାର୍ଯ୍ୟ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି । ତେବେ ବାସ୍ତବରେ କେପଟାଉନ୍ ରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଉଥିଲା । ଏହି ସମୟରେ ସମସ୍ତ ଖେଳାଳୀ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରୁଥିବା ବିରାଟଙ୍କର ଏହି ମୁହୁର୍ତ୍ତ କ୍ୟାମେରାରେ କଏଦ୍ ହୋଇଥିଲା । ଏହି ସମୟରେ ବିରାଟ କୋହଲି ସଙ୍ଗୀତ ଗାନ କରିବା ପରିବର୍ତ୍ତେ ଚୁଇଙ୍ଗମ୍ ଚୋବାଉଥିବା ନଜର ଆସିଥିଲେ । ବ୍ରଡକାଷ୍ଟ କ୍ୟାମେରାରେ ଅଲଗା ଅଲଗା ଏଙ୍ଗେଲ୍ରେ ଭିଡିଓକୁ କ୍ୟାପଚର କରାଯାଇଥିଲା । ଏହା ସହ ଦୁଇଟି ସଟ୍ ରେ ବିରାଟ ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲେ । ତେବେ ବିରାଟଙ୍କ ଏହି ଅଭଦ୍ରାମି ଫ୍ୟାନ୍ସଙ୍କ ରାଗକୁ ଆହୁରି ବଢ଼ାଇ ଦେଇଛି । ସୋସିଆଲ ମିଡିଆରେ ବିରାଟଙ୍କର ଏହି କାର୍ଯ୍ୟକୁ ପସନ୍ଦ କରୁନଥିବ ବେଳେ ତାଙ୍କୁ ଜୋରଦାର୍ ଟ୍ରୋଲ୍ କରାଯାଉଛି । ବର୍ତ୍ତମାନ ବିରାଟଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।