ବାଲେଶ୍ୱର : ଚାଲୁଥିବା ଅବସ୍ଥାରେ ଜଳିଗଲା ଡମ୍ଫର, ଅଳ୍ପକେ ବର୍ତ୍ତିଲେ ତ୍ରାଇଭର
ବାଲେଶ୍ୱର : ବାଲେଶ୍ୱର ଜିଲା ଜାତୀୟ ରାଜପଥରେ ଅଘଟଣ। ତାମୁଳିଆ ପୋଲ ଉପରେ ଚାଲୁଥିବା ଅବସ୍ଥାରେ ଏକ ଡମ୍ଫରରେ ହଠାତ୍ ନିଆଁ ଲାଗିଯାଇଥିଲା। ଯାହାଫଳରେ ଡମ୍ଫରଟି ପୋଡ଼ି ଯାଇଛି । ଏଥିରେ ତ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।
ସୂଚନା ଯେ, ଡମ୍ଫର (ନଂ. ଓଡି୦୪ଏଲ୍-୫୬୦୩) ବାଲେଶ୍ୱର ସହରରୁ ରାଜପଥ ଅଭିମୁଖେ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୧ଟା ସମୟରେ ନିଆଁ ଲାଗି ଯାଇଥିଲା। ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲ ଉପରେ ଭିଡ ହେବାରୁ ପୋଲିସ ଭିଡ ନିୟନ୍ତ୍ରଣ କରିଛି । ଡମ୍ଫରରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ନଥିଲେ ବି ବ୍ୟାଟେରିରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏଥିରୁ ଗାଡି ତ୍ରାଇଭର ଅଳ୍ପକେ ରକ୍ଷା ପାଇ ଯାଇଥିଲେ ।