ପବନ ଯୋଗୁଁ ଦିଲ୍ଲୀର ପ୍ରଦୂଷଣ ସ୍ତର ହ୍ରାସ ପାଇଛି, ଏକ୍ୟୁଆଇ ୩୧୨ ରେକର୍ଡ଼
ନୂଆଦିଲ୍ଲୀ : ପବନ ବହିବା କାରଣରୁ ଗୁରୁବାର ଦିନ ରାଜଧାନୀରେ ପ୍ରଦୂଷଣ ସ୍ତର ହ୍ରାସ ପାଇଛି, ତଥାପି ଏହା ବହୁତ ଖରାପ ଶ୍ରେଣୀରେ ଅଛି । ଦିଲ୍ଲୀର ବାୟୁ ଗୁଣବତା ସୂଚକାଙ୍କ (ଏକ୍ୟୁଆଇ) ଆଜି ୩୧୨ ରେକର୍ଡ଼ କରାଯାଇଛି । ବୁଧବାର ଦିନ ଏକ୍ୟୁଆଇ ସ୍ତର ୪୨୧ ରେକର୍ଡ଼ କରାଯାଇଥିଲା, ଯାହା ଗମ୍ଭୀର ଶ୍ରେଣୀରେ ଅଛି । ହାଲୁକା ବର୍ଷା ଏବଂ ପବନ ଯୋଗୁଁ ପ୍ରଦୂଷଣ ସ୍ତର ସାମାନ୍ୟ କମିଛି ।