କାଶ୍ମୀରରେ ସଂଖ୍ୟାଲଘୁ ସମୁଦାୟର ଲୋକଙ୍କ ତଦାରଖ ଡ୍ରୋନ୍ରେ ହେବ : ସିଆରପିଏଫ
ଶ୍ରୀନଗର : କାଶ୍ମୀର ଘାଟୀର ଯେଉଁ କ୍ଷେତ୍ରରେ ସଂଖ୍ୟାଲଘୁ ସମୁଦାୟ ଲୋକ ବା ଅନ୍ୟ ପ୍ରବାସୀ ଲୋକ ରହୁଛନ୍ତି ସେହି କ୍ଷେତ୍ରର ତଦାରଖ ଏବେ ଡ୍ରୋନ୍ ମାଧ୍ୟମରେ କରାଯିବ । ସମସ୍ତ ସମ୍ବେଦନଶୀଳ ଅଂଚଳରେ ଆତଙ୍କବାଦୀ ହମ୍ଲାକୁ ରୋକିବା ପାଇଁ ଅତିରିକ୍ତ ସୁରକ୍ଷାବଳ ସହିତ ନାକେ ମଧ୍ୟ ବଢ଼ାଯିବ ।
କାଶ୍ମୀରରେ ସଂଖ୍ୟାଲଘୁ ଏବଂ ପ୍ରବାସୀ ଲୋକଙ୍କ ଉପରେ ହେଉଥିବା ହମ୍ଲାକୁ ଦେଖି ଜାମ୍ମୁ-କାଶ୍ମୀର ପୋଲିସ୍ ଏବଂ ସିଆର୍ପିଏଫ୍ ତାଙ୍କୁ ସୁରକ୍ଷା ଦେବାର ଖାକା ପ୍ରସ୍ତୁତ କରିଛି । ସିଆର୍ପିଏଫ୍ର ଡିଆଇଜି ମୈଥୁ ଏ ଜାନ୍ ଏହି ବିଷୟରେ ସୂଚନା ଦେଇ କହଛନ୍ତି ଯେ ଯେଉଁ ଅଂଚଳରେ ଅଳ୍ପସଂଖ୍ୟକ ସମୁଦାୟର ଲୋକ ବା ଫିର୍ ପ୍ରବାସୀ ଲୋକ ରହିଛନ୍ତି, ସେହି ଅଂଚଳର ନିଗରାନି ଡ୍ରୋନ୍ ଜରିଆରେ କରାଯିବ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ୨୩ ଅକ୍ଟୋବରକୁ କାଶ୍ମୀର ପହଂଚୁଛନ୍ତି । ତାଙ୍କ ଆସିବାର ଗୋଟିଏ ଦିନ ପୂର୍ବରୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଶ୍ରୀନଗରର ପ୍ରତାପ ପାର୍କ ଅଂଚଳରେ ପୋଲିସ୍ ଏବଂ ସିଆର୍ପିଏଫ୍ ଡ୍ରୋନ୍ର ପରୀକ୍ଷଣ ମଧ୍ୟ କରିଛି । ସିଆର୍ପିଏଫ୍ର ଡିଆଇଜି କହିଛନ୍ତି ଯେ କାଶ୍ମୀର ଘାଟୀରେ ନିକଟରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆତଙ୍କି ଆକ୍ରମଣ ସମୟରେ ଏହି ପଦକ୍ଷେପ ନିଆଯାଇଥିଲା । ଉଲ୍ଲେଖନୀୟ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଦିନ ଶ୍ରୀନଗର ପହଂଚିବେ । ତାଙ୍କ ଆଗମନକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି । ଲାଲ୍ ଚୌକ ସହିତ ସମସ୍ତ ସମ୍ବେଦନଶୀଳ ଅଂଚଳରେ ପହରା ବଢ଼ାଯାଇଛି । ସୁରକ୍ଷାକର୍ମୀମାନଙ୍କୁ ମଧ୍ୟ ଅତିରିକ୍ତ ପ୍ରସ୍ତୁତି କରାଯାଇଛି ।