ବିଶ୍ୱସ୍ତରୀୟ ଫେଲୋସିପ୍ ପାଇବେ ଡା. ତୁଷାର କର
ପାଟଣା : ବିଶ୍ୱସ୍ତରୀୟ ଫେଲୋସିପ୍ ପାଇବେ ଡା. ତୁଷାର କର। ସ୍ତ୍ରୀରୋଗ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆସନ୍ତା ୨୦୨୨ ସେପ୍ଟେମ୍ବର ମାସରେ ଲଣ୍ଡନରେ ହେବାକୁ ଥିବା ସମ୍ମିଳନୀରେ ଡା. ତୁଷାର କରଙ୍କୁ ଫେଲୋସିସ ପ୍ରଦାନ କରାଯିବ । ତାଙ୍କୁ ମନୋନୀତ କରି ଏହି ସମ୍ମାନରେ ସମ୍ମାନିତ କରାଯିବ। ଲଣ୍ଡନର ରୟଲ କଲେଜ ଅଫ ପ୍ରସୂତି ଏବଂ ସ୍ତ୍ରୀରୋଗ ବିଶେଷଜ୍ଞ ପକ୍ଷରୁ ପ୍ରତି ବର୍ଷ ୧୦ ଜଣ ବିଶେଷଜ୍ଞଙ୍କୁ ଚୟନ କରାଯାଇ ଏହି ସମ୍ମାନରେ ସମ୍ମାନିତ କରାଯାଇଥାଏ । ଓଡିଶାରୁ ଏହି ସମ୍ମାନ ପାଇବାରେ ଡାକ୍ତର କର ପ୍ରଥମ ହେବାର ଗୌରବ ଅର୍ଜନ କରିଛନ୍ତି।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ଡାକ୍ତର ତୁଷାର କର ଛାତ୍ରାବାସରୁ ଜଣେ ମେଧାବୀ ଛାତ୍ର ହିସାବରେ ଡାକ୍ତରୀ ପାଠ୍ୟକ୍ରମରେ ପ୍ରବେଶ କରି ଏବେ କଟକ ଏସସିବି ମେଡିକାଲ କଲେଜରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ସହ ଓଡ଼ିଶା ସ୍ତ୍ରୀରୋଗ ବିଶେଷଜ୍ଞ ସଙ୍ଘର ସଭାପତି ଅଛନ୍ତି । ଏଥିସହ ସର୍ବ ଭାରତୀୟ ସ୍ତ୍ରୀରୋଗ ବିଶେଷଜ୍ଞ ମହାସଙ୍ଘର ଉପ ସଭାପତି ଭାବରେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଡାକ୍ତର କରଙ୍କ ସଫଳତା ପାଇଁ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି ।