ଡୋର ଟୁ ଡୋର ଟୀକାକରଣକୁ ସୁପ୍ରିମକୋର୍ଟର ନା
ନୂଆଦିଲ୍ଲୀ : ଘର କୁ ଘର କୋଭିଡ଼ ଟୀକାକରଣ ପାଇଁ ହୋଇଥିବା ଆବେଦନ ଶୁଣାଣୀ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ବେଂଚ କହିଛନ୍ତି ଯେ, ବିଭିନ୍ନ ପ୍ରଶାସନିକ ଜଟିଳତା ଦେଖାଦେବ । ଦେଶରେ ଟକୀକକରଣ ଅଭିଯାନ ଭଲ ଚାଲିଛି, ତେଣୁ ଅଲଗା ଅର୍ଡ଼ର ଆବଶ୍ୟକତା ନାହିଁ ।
ୟୁଥ୍ ବାର୍ ଆସୋସିଏସନ ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଡ଼ଭୋକେଟ୍ ମଂଜୁ ଜେଟଲି କହିଛନ୍ତି ଯେ, ଏହି ଟୀକାକୁ ଘର ଦ୍ୱାରରେ ଦିଆଯିବା ଆବଶ୍ୟକ । ଆବେଦନରେ କୁହାଯାଇଛି ଯେ, କେବଳ ଟୀକା ଦ୍ୱାରା ଲୋକଙ୍କୁ କରୋନାରୁ ରକ୍ଷା କରାଯାଇପାରିବ । ଟୀକାକରଣ କେନ୍ଦ୍ରକୁ ଯିବା ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ବଢ଼ିପାରେ । ଏହି ଆବେଦନରେ ସମାଜର ବଂଚିତ ବର୍ଗ, ଭିନ୍ନକ୍ଷମ ଏବଂ ବୃଦ୍ଧଙ୍କୁ ଟୀକା ଦେବା ପାଇଁ ଟୀକା ବୁଥ୍, ମୋବାଇଲ୍ ଭ୍ୟାନ୍ ଏବଂ ଯାନ ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା ।