ସୋମବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ! ନଚେତ ମହାଦେବ କରିଥାନ୍ତି କୋପ ଦୃଷ୍ଟି
ଜ୍ୟୋତିଷ ଶାସ୍ତ୍ରରେ ଏ ସୃଷ୍ଟିରେ ଘଟୁଥିବା ପ୍ରତି ଛୋଟ ବଡ଼ ଘଟଣାର ସମ୍ବନ୍ଧ ଆମ ଜୀବନ ସହିତ ଯୋଡ଼ିକରି ଦେଖାଯାଏ ଓ କିଛି ବିଶିଷ୍ଟ ଗଣନା ଅନୁସାର ସେହି ଘଟଣା ଗୁଡ଼ିକର ଆମ ଜୀବନ ଉପରେ କି ପ୍ରଭାବ ପଡ଼େ ତାହା ଆକଳନ କରାଯାଏ।ସାଙ୍ଗ ମାନେ ସପ୍ତାହରେ ସାତଟା ଦିନ ଥାଏ ଯାହାକୁ ଆମେ ବାର କହୁ। ଏ ମାନଙ୍କର ବିଶିଷ୍ଟ ନାମ ରହିଛି ଯାହାକୁ କି ଗ୍ରହ ନାମରେ ନାମିତ କରାଯାଇଛି।ପ୍ରତି ବାର କୌଣସି ଦେବତା ସହିତ ଯୋଡି ହୋଇ ରହିଛି।ଯେଉଁ ଦେବତାଙ୍କ ବାର ହୋଇଥାଏ ସେଦିନ ତାଙ୍କ ଶକ୍ତି ବଢ଼ିଯାଇଥାଏ।ଯଦି ଆମେ ତାଙ୍କ ସମ୍ବନ୍ଧୀୟ ନିୟମ ମାନିଥାଉ ତ ଆମ ଜୀବନ ଉପରେ ଏହାର ବହୁତ୍ ଭଲ ପ୍ରଭାବ ପଡିଥାଏ।
ସୋମବାର ଦିନ କେଉଁ ନିୟମ ପାଳନ କରିବା ଉଚିତ୍ :
ସପ୍ତାହର ପ୍ରଥମ ଦିନ ସୋମବାର ଭଗବାନ୍ ଶିବଙ୍କ ଦିନ ମନଯାଏ।ଭଗବାନ୍ ଚନ୍ଦ୍ର ଏହି ଦିନର ଅଧିପତି ଅଟନ୍ତି।ଏଥିପାଇଁ ଏହାର ନାମ ସୋମବାର ରଖାଯାଇଛି।ଏମିତିରେ ଏହି ଦିନର ଅଧିପତି ସୋମ ବା ଚନ୍ଦ୍ର ବି ଅଟନ୍ତି। ଏଥିପାଇଁ ଏହିଦିନ ଶିବ ଓ ଚନ୍ଦ୍ରଙ୍କ ପୂଜା କରାଯାଏ। ସେଥିପାଇଁ ଏହି ବାରକୁ ସୋମବାର କୁହନ୍ତି।
ସୋମବାର ଦିନ ରଖା ଯାଇଥିବା ବ୍ରତ ଜଲଦି ଫଳ ପ୍ରାପ୍ତ ହୋଇଥାଏ। ଏଥିପାଇଁ ଶିବ ଭକ୍ତ ମନେ ତାଙ୍କ ସଦିଚ୍ଛା ପୂରଣ ପାଇଁ ଏହି ବ୍ରତ ନିହାତି ରଖିବା ଉଚିତ୍। ନିଜ ବୈବାହିକ ଜୀବନ ସୁଖମୟ ପାଇଁ ତଥା ଭଲ ଜୀବନ ସାଥି ମିଳିବା ପାଇଁ କୁଆଁରୀ ଝିଅ ମାନେ ଏହି ଦିନ ବ୍ରତ ରଖିଥାନ୍ତି।
ଏହି ଦିନ ଏମିତି କାମ କରିବା ଉଚିତ୍ ଯାହା ଭଗବାନ୍ ଶିବଙ୍କ ପ୍ରିୟ ହୋଇଥିବ। ଶିବ ମନ୍ଦିର ଯାଇକି ଭଗବାନଙ୍କୁ ଗଙ୍ଗାଜଳ ଅର୍ପଣ କରିବା ସହିତ ଶିବଙ୍କ ପ୍ରିୟ ବେଲପତ୍ର ମଧ୍ୟ ଅର୍ପଣ କରନ୍ତୁ।ଏହା ସହିତ ରାତିରେ ଚନ୍ଦ୍ରମା ଙ୍କୁ ଅର୍ଘ୍ୟ ମଧ୍ୟ ଅର୍ପଣ କରିବେ।
ଏହି ଦିନ ନନ୍ଦୀ ମହାରାଜାଙ୍କୁ ପୂଜା କରି ଚୁପଚାପ୍ ତାଙ୍କ ଡାହାଣ କାନରେ ଆପଣଙ୍କ ମନସ୍କାମନା ନିଶ୍ଚୟ କହି ଦିଅନ୍ତୁ। ଦେଖିବେ ଆପଣଙ୍କ ମନସ୍କାମନା ସବୁ ପୂରଣ ହେବ।
ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏଥିପାଇଁ ସୋମବାର ଦିନ ଧଳା ଜିନିଷ ଯେମିତି କ୍ଷୀର,ଦହି, ଧଳା ଫୁଲକୁ ବିଶେଷ କରି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଏବଂ ଧଳା ଜିନିଷର ଭୋଗ ଲଗାଇ ଏହି ଦିନ ଆପଣ ବି ଧଳା ରଙ୍ଗର ଜିନିଷ ଖାଆନ୍ତୁ। ଏହା ସହିତ ସୋମବାର ଦିନ ଧଳା ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ।
ପ୍ରତ୍ୟେକ ସୋମବାର ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଆପଣଙ୍କ ଘରକୁ ଯଦି ଗରିବ ଲୋକ ଆସିଲେ ବା ସାଧୁ ଆସିଲେ ତାଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ। ଖାଇବାକୁ ଦିଅନ୍ତୁ ଓ ଦକ୍ଷିଣା ମଧ୍ୟ ଦିଅନ୍ତୁ।
ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ସୋମବାର ଦିନ କୌଣସି କାର୍ଯ୍ୟରେ ବାହାରକୁ ଜୀବ ପୂର୍ବରୁ ଆଇନା ରେ ନିଜ ମୁଁହ ଦେଖିବେ। ଏହାଦ୍ବାରା ଆପଣକୁ ଶୁଭ ଫଳ ମିଳିବ।
ସୋମବାର ଏହା କରିବା ଅନୁଚିତ :
ଏହିଦିନ ମାଂସର ଭକ୍ଷଣ କରିବା ଅନୁଚିତ୍। ଆପଣ କେବଳ ଶାକାହାରୀ ଭୋଜନ କରିବା ଉଚିତ୍।
ଦ୍ଵିତୀୟ କଥା ଏହିଦିନ କଳା ରଙ୍ଗର ବସ୍ତ୍ର ଜମା ପିନ୍ଧିବେ ନାହିଁ। ଶିବ ମନ୍ଦିରରେ ତ ବିଲକୁଲ ବି ନୁହଁ। ଏହିଦିନ କାହାର ଅପମାନ କରନ୍ତୁ ନାହିଁ, କି ମୁହଁରୁ ଅପଶଦ୍ଦ ବାହାର କରନ୍ତୁ ନାହିଁ।
ଶିବ ପୂଜା ସହିତ ଆପଣଙ୍କୁ ସେହିଦିନ ନନ୍ଦୀଙ୍କର ବି ପୂଜା କରିବାକୁ ହେବ। ସୋମବାର ଦିନ ଆପଣ କେବେବି ଶଙ୍ଖରେ ଜଳ ଅର୍ପଣ କରିବେ ନାହିଁ।