ଶୁକ୍ରବାର ଭୁଲରେ କାହାରିକୁ ଦିଅନ୍ତୁ ନାହିଁ ଚିନି, ଜାଣନ୍ତୁ କାରଣ
ହିନ୍ଦୁ ଧର୍ମାନୁଯାୟୀ ପ୍ରତ୍ୟେକ ଦିନ କିଛି ନା କିଛି ମହତ୍ୱ ରହିଛି । ପ୍ରତ୍ୟେକ ଦିନକୁ ଭିନ୍ନ ଭିନ୍ନ ଦେବା-ଦେବୀଙ୍କୁ ସମର୍ପିତ କରାଯାଇଥାଏ । ସେହିପରି ଶୁକ୍ରବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି କୁହାଯାଏ । ତାଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ ବୋଲି କୁହାଯାଏ ।
ପୁରାଣ ଅନୁନାୟୀ ମା’ ଲକ୍ଷ୍ମୀଙ୍କୁ ବିଷ୍ଣୁଙ୍କର ପତ୍ନୀ ବୋଲି କୁହାଯାଇଛି । ମା’ଙ୍କ ଉତ୍ପତ୍ତି ସମୁଦ୍ର ମନ୍ଥନରୁ ହିଁ ହୋଇଛି । ସେଥିପାଇଁ ଶୁକ୍ରବାର ଦିନ ପୂରା ଶ୍ରଦ୍ଧାର ସହିତ ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଉଚିତ୍ । ଏଭଳି କରିବା ଦ୍ୱାରା ମା’ଙ୍କର କୃପାଲାଭ ହୋଇଥାଏ । ମାତ୍ର କିଛି ଏଭଳି ଜିନିଷ ରହିଛି ଯାହାକୁ ଶୁକ୍ରବାର ଦିନ ଧ୍ୟାନରେ ରଖିବା ଉଚିତ୍ । ତେବେ ଆସନ୍ତୁ ଜାଣିବା…
ଶୁକ୍ରବାର ଦିନ ଭୁଲ୍ ରେ ବି କୌଣସି ମହିଳା, କନ୍ୟା ବା କିନ୍ନରଙ୍କୁ ଅପମାନ କରନ୍ତୁ ନାହିଁ । ଏହାସହିତ ସେମାନଙ୍କ ବିଷୟରେ କୌଣସି ଭୁଲ୍ କଥା କୁହନ୍ତୁ ନାହିଁ କି କ୍ରୋଧିତ ହୁଅନ୍ତୁ ନାହିଁ । ପ୍ରକୃତରେ ମହିଳାମାନଙ୍କୁ ମା’ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଇଥାଏ । ସେଥିପାଇଁ ଶୁକ୍ରବାର ଏଭଳି ଭୁଲ୍ କରନ୍ତୁ ନାହିଁ, ନଚେତ୍ ମା’ ରୋଷ ହେବେ ।
ଶୁକ୍ରବାର ହେଉଛି ମା’ ଲକ୍ଷ୍ମୀଙ୍କ ବାର । ସେଥିପାଇଁ ଏହି ଦିନ ଘରେ ଖାଦ୍ୟରେ ମିଠା ଜିନିଷ ତିଆରି କରି ମା’ଙ୍କ ଠାରେ ଭୋଗ ଲଗାନ୍ତୁ ।
ଶୁକ୍ରବାର ଦିନ କଦାପି କାହାରିକୁ ଚିନି ଦିଅନ୍ତୁ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚିନି ସମ୍ବନ୍ଧ ଶୁକ୍ର ଏବଂ ଚନ୍ଦ୍ରଙ୍କ ସହିତ ରହିଛି । ଏହି କାରଣ ଯୋଗୁଁ ଶୁକ୍ରବାର ଦିନ କାହାରିକୁ ଚିନି ଦେଲେ ଶୁକ୍ର ଦୁର୍ବଳ ହୋଇ ଯାଆନ୍ତି । ଭୌତିକ ସୁଖ ସମୃଦ୍ଧିର ସ୍ୱାମୀ ହେଉଛନ୍ତି ଶୁକ୍ର । ସେଥିପାଇଁ ଏଭଳି କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ କମଯୋର ହୋଇଥାଏ ।
ରୋଷେଇ ଘରକୁ ସର୍ବଦା ସଫା ସୁତୁରା କରି ରଖିବା ଉଚିତ୍ । ଖାସ୍ କରି ଶୁକ୍ରବାର ଦିନ ଅଧିକ ସଫା ସୁତୁରା ରଖିବା ଉଚିତ୍ । କାରଣ ଏହି ଦିନ ମା’ ଲକ୍ଷ୍ମୀ ଆପଣଙ୍କ ରୋଷ ଘରକୁ ପ୍ରବେଶ କରିଥାନ୍ତି । ଏହାଦ୍ୱାରା ଘରେ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ ।
ସେହିପରି ଶୁକ୍ରବାର ଦିନ କାହାରିକୁ ଟଙ୍କା ଉଦ୍ଧାର ଦିଅନ୍ତୁନି କି ଉଦ୍ଧାର ଆଣନ୍ତୁ ନାହିଁ । ଏହି ଦିନ ଦେଇଥିବା ଟଙ୍କା କେବେ ଫେରେ ନାହିଁ ଏବଂ ସମ୍ପର୍କ ବି ଖରାପ ହୋଇଥାଏ । ଏହାସହିତ ମା’ ଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରିଥାନ୍ତି ।
ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ସହିତ ବିଷ୍ଣୁଙ୍କୁ ବି ପୂଜା କରନ୍ତୁ । ଏହାଦ୍ୱାରା ଉଭୟ ଦେବା-ଦେବୀଙ୍କର ଆର୍ଶିବାଦ ଲାଭ ହୋଇଥାଏ ।