ଶନିବାର ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ, ନଚେତ କ୍ରୋଧିତ ହେବେ ଶନିଦେବ
ଶନିବାର ହେଉଛି ଶନିଦେବଙ୍କ ଦିନ । କର୍ମ ହିସାବରେ ଫଳ ପ୍ରଦାନ କରିଥାନ୍ତି ଶନିଦେବ । ତାଙ୍କୁ ନ୍ୟାୟର ଦେବତା ବୋଲି ମଧ୍ୟ କୁହାଯାଇଥାଏ । ମନ୍ଦ କର୍ମ କରୁଥିବା ବ୍ୟକ୍ତିଙ୍କ ଉପରେ ରାଗି ଯାଇଥାନ୍ତି ଶନିଦେବ ଏବଂ ତାଙ୍କୁ ଦଣ୍ଡ ମଧ୍ୟ ଦେଇଥାନ୍ତି । ଜ୍ୟୋତିଷଶାସ୍ତ୍ର ଅନୁସାରେ କିଛି କାମ ରହିଛି ଯାହାକୁ ଶନିବାର କରିବା ଉଚିତ୍ ନୁହେଁ । ଯଦି ଏହି କାମ ଆପଣ କରିବେ ତେବେ ଆପଣଙ୍କ ଶିନିଗ୍ରହ ଦୁର୍ବଳ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ସେହି କାମ ବିଷୟରେ , ଯାହାକୁ ଶନିବାର କରିବା ଅନୁଚିତ୍ ।
– ଲୁହାକୁ ଶନିଙ୍କ ଧାତୁ ବୋଲି କୁହାଯାଇଥାଏ । ସେଥିପାଇଁ ଶନିବାର ଦିନ ଲୁହାର କୌଣସି ବସ୍ତୁ ଘରକୁ ଆଣିବା ଉଚିତ୍ ନୁହେଁ । ଏହି ଦିନ ଲୁହା ବସ୍ତୁକୁ ଦାନ କରିବା ଶୁଭ ହୋଇଥାଏ ।
– ଶନିବାର ଦିନ କଳା ବିରି ଡାଲି କିଣନ୍ତୁ ନାହିଁ । ଏହିଦିନ କଳା ବିରିଡାଲି ଖିଲିଡି ଦାନ କରିବା ଉଚିତ୍ ।
– ସେହିପରି ସୋରିଷ ତେଲ ଶନିବାର ଘରକୁ ଆଣିବା ଉଚିତ୍ ନୁହେଁ । ଏହି ଦିନ ସୋରିଷ ତେଲ ଦାନ କରିବା ଉଚିତ୍ । ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିଙ୍କଠାରେ ଶନିବାରେ ତେଲ ଚଢାନ୍ତୁ ।
– ଶନିବାର ଦିନ ଜୋତା, ଚପଲ ଆଦି କିଣିବା ଉଚିତ୍ ନୁହେଁ । ଏହାଦ୍ୱାରା ଅସଫଳ ପ୍ରାପ୍ତି ହୋଇଥାଏ । ଯଦି ଆପଣ ଶନିବାର ଦିନ କୌଣସି ଗରିବ ଲୋକଙ୍କୁ ଜୋତା-ଚପଲ ଦାନ କରିବେ ତେବେ ଶନି ଦୋଷ ଦୂର ହେବ ।
– କୌଣସି ଅସହାୟ ଓ ଗରିବ ଲୋକଙ୍କୁ ଅପମାନ କରନ୍ତୁ ନାହିଁ ।