ତେଲଦରରେ ଲାଗୁନି ବ୍ରେକ ! ୧୫ ଦିନରେ ବଢିଲା ୧୩ ଥର
ନୂଆଦିଲ୍ଲୀ : ତେଲଦରରେ ଲାଗୁନି ବ୍ରେକ। ୧୫ ଦିନରେ ୧୩ ଥର ବଢିଲାଣି । ଏହି ପରିପ୍ରେକ୍ଷୀରେ ଆଜି ପୁଣି ଦେଶରେ ବଢ଼ିଛି ତୈଳ ଦର । ଦେଶର ବିଭିନ୍ନ ସ୍ଥାନରେ ୮୦ ପଇସାରୁ ଅଧିକ ବୃଦ୍ଧି ପାଇଛି ତୈଳ ଦର ।
ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୪.୬୧ ପଇସା ରହିଛି । ଡିଜେଲ ମଧ୍ୟ ୮୦ ପଇସା ବଢ଼ି ୯୫. ୮୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ମଧ୍ୟ ଆଜି ପେଟ୍ରୋଲ ଲିଟର ପ୍ରତି ୮୪ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି କରାଯାଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୧୯ ଟଙ୍କା ୬୭ ପଇସା ରହିଥିବା ବେଳେ ଡିଜେଲ ୧୦୩ଟଙ୍କା ୯୨ ପଇସା ରହିଛି । ଗତକାଲି ମଧ୍ୟ ଦେଶରେ ତୈଳ ଦର ବୃଦ୍ଧି ପାଇଥିଲା । ଦେଶର ବିଭିନ୍ନ ସ୍ଥାନରେ ୪୦ରୁ ୮୪ ପଇସା ଯାଏଁ ତୈଳ ଦର ବୃଦ୍ଧି କରିଥିଲା ତୈଳ କମ୍ପାନୀ । ବାରମ୍ବାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା କାରଣରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଗତକାଲି ମଧ୍ୟ ୪୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା ।