ପ୍ରଥମ ଡେଟ ସମସ୍ତଙ୍କ ପାଇଁ ଖାସ ରହିଥାଏ! ସ୍ପେଶାଲ କରିବା ପାଇଁ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ, ପଚାରନ୍ତୁ ନାହିଁ ଏହି ୫ ପ୍ରଶ୍ନ
ପ୍ରଥମ ଡେଟ ସମସ୍ତଙ୍କ ପାଇଁ ଖାସ ରହିଥାଏ । ପ୍ରଥମ ଡେଟକୁ ସ୍ପେଶାଲ କରିବା ପାଇଁ ସମସ୍ତେ ଚାହିଁଥାନ୍ତି । ଯଦି ପ୍ରଥମ ଥର ପାଇଁ ଡେଟରେ ଯାଉଛନ୍ତି ତେବେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ । ଆସନ୍ତୁ ଜାଣିବା କେଉଁ ସବୁ କଥା ପ୍ରଥମ ଡେଟରେ ଆଲୋଚନା କରିବା ଉଚିତ ନୁହେଁ ।
ମୁଁ କିପରି ଲାଗୁଛି –
ଯଦି ଆପଣ ପ୍ରଥମଥର ପାଇଁ କାହା ସହିତ ଡେଟରେ ଯାଇଛନ୍ତି ତେବେ ନିଜ ଡେଟଙ୍କୁ ଏହି ପ୍ରଶ୍ନ ଭୁଲରେ ମଧ୍ୟ କରନ୍ତୁ ନାହିଁ । ଏହା ଫଳରେ ଆପଣଙ୍କ ଡେଟର ଇଣ୍ଟରେଷ୍ଟ ଆପଣଙ୍କ ଉପରେ କମ ହୋଇପାରେ ।
କେତେ ରୋଜଗାର କରୁଛ –
ପ୍ରଥମ ଡେଟରେ ଭୁଲରେ ମଧ୍ୟ ପଇସା ସମ୍ବନ୍ଧୀୟ କୌଣସି ଆଲୋଚନା କରନ୍ତୁ ନାହିଁ । ଆପମ ତାଙ୍କୁ ପ୍ରଥମରୁ ଜାଣିଥିଲେ ବି ଏହି ପ୍ରଶ୍ନ ପ୍ରଥମ ଡେଟରେ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଡେଟକୁ ଲାଗିବ ଆପଣ କେବଳ ପଇସା ପ୍ରତି ଇଣ୍ଟରେଷ୍ଟ ଅଛନ୍ତି ତାଙ୍କ ପ୍ରତି ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଆଗକୁ ବଢିବା ବଦଳରେ ଭାଙ୍ଗି ପାରେ ।
ଏହି ସମ୍ପର୍କକୁ କେଉଁ ପର୍ଯ୍ୟନ୍ତ ନେବାକୁ ଚାହୁଁଛ –
ପ୍ରଥମ ଡେଟରେ ଫ୍ୟୁଚର ପ୍ଲାନିଂ କରିବା ବଦଳରେ ଦୁହେଁ ପରସ୍ପରକୁ ବୁଝନ୍ତୁ । ପ୍ରଥମ ଡେଟରେ କାହାକୁ ମଧ୍ୟ ଫ୍ୟୁଚର ପ୍ଲାନିଂ କରିବା ପସନ୍ଦ ଆସିନଥାଏ ।
ସିଙ୍ଗଲ କ’ଣ ପାଇଁ ଅଛ –
ଏପରି କିଛି ପ୍ରଶ୍ନ ରହିଛି ଯାହା କୌଣସି ବ୍ୟକ୍ତିର ମୁଡକୁ ଖରାପ କରିପାରେ । ସେଥିମଧ୍ୟରୁ ଏହା ହେଉଛି ଗୋଟିଏ ପ୍ରଶ୍ନ । ତେଣୁ ପ୍ରଥମ ଡେଟରେ ଅତିତ କଥାକୁ ଆଲୋଚନା କରନ୍ତୁ ନାହିଁ ।
ଏକ୍ସ ସହିତ ବ୍ରେକଅପ କ’ଣ ପାଇଁ ହେଲା –
ଅଧିକାଂଶ ଲୋକଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନ୍ୟକୁ କହିବାକୁ ଠିକ ଲାଗିନଥାଏ । ତେଣୁ ପ୍ରଥମ ଡେଟରେ ବ୍ୟକ୍ତିଗତ ପ୍ରଶ୍ନ ପଚାରନ୍ତୁ ନାହିଁ କି ଆପଣଙ୍କ ବିଷୟରେ ସବୁ କୁହନ୍ତୁ ନାହିଁ । ଯଦି ପ୍ରଥମ ଡେଟରେ ଆପଣ ଆପଣଙ୍କ ବିଷୟରେ ସବୁ କହିଦେବେ ତେବେ ବ୍ୟକ୍ତିର ଇଣ୍ଟରେଷ୍ଟ ଆପଣଙ୍କ ଉପରେ କମି ଯାଇ ପାରେ ।