ଅସ୍ତ୍ରୋପଚାର ବେଳେ ରୋଗୀଙ୍କର ମୃତ୍ୟୁ ପାଇଁ ଦାୟୀ ନୁହନ୍ତି ଡାକ୍ତର : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଅସ୍ତ୍ରୋପଚାର କାଳରେ ଯଦି କୌଣସି ରୋଗୀଙ୍କର ମୃତ୍ୟୁ ହୁଏ ଏହାକୁ ସ୍ୱତଃ ଡାକ୍ତରଙ୍କ ଅହବେଳା କୁହାଯାଇ ନପାରେ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଯଦି ଏପରି କୌଣସି ଅଭିଯୋଗ ହୁଏ ତେବେ ଏହାକୁ ପ୍ରମାଣିତ କରିବା ଲାଗି ଉପଯୁକ୍ତ ଡାକ୍ତରୀ ପ୍ରମାଣର ଆବଶ୍ୟକତା ରହିଛି ବୋଲି ବିଚାରପଚି ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ୍ ଏ.ଏସ୍.ବୋପାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି।
ମାମଲାରେ ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆରସି)ଙ୍କ ଏକ ଆଦେଶକୁ ଖାରଜ କରି ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ ମାମଲାରେ ଜଣେ ଡାକ୍ତରଙ୍କ ଅବହେଳାକୁ ଦାୟି କରିଥିଲେ। ଏଥିଲାଗି ତାଙ୍କୁ ଦୋଷୀ ସାବ୍ୟସ୍ତ ମଧ୍ୟ କରିଥିଲେ। ତେବେ ସୁପ୍ରିମକୋର୍ଟ ବେଞ୍ଚ କହିଛନ୍ତି ଯେ ଯେତେବେଳେ ଚିକିତ୍ସା ସଫଳ ନ ହୁଏ ଅଥବା ଅସ୍ତ୍ରୋପଚାର କାଳରେ ରୋଗୀର ମୃତ୍ୟୁ ହୁଏ ସ୍ୱତଃ ଏହାକୁ ଡାକ୍ତରଙ୍କ ଏବହେଳା ଯୋଗୁ ବୋଲି କୁହାଯାଇ ନପାରେ । ଏହା ସତ୍ତ୍ୱେ ଚିକିତ୍ସକୀୟ ଅବହେଳା ଦର୍ଶାଇବାକୁ ହେଲେ ଏଥିପାଇଁ ରେକର୍ଡରେ ଆବଶ୍ୟକ ତଥ୍ୟ ଓ ପ୍ରମାଣ ଉପଲବ୍ଧ କରାଯିବା ଆବଶ୍ୟକ ନଚେତ ଉଚିତ ମେଡିକାଲ ସାକ୍ଷ ପ୍ରଦାନ କରିବାକୁ ହେବ। ୧୯୯୬ ମସିହାରେ ଜନୈକ ମହିଳା ରୋଗୀଙ୍କର ସର୍ଜରୀ କାଳରେ ମୃତ୍ୟୁ ହୋଇଥିଲା। ମାମଲାରେ ଉପଭୋକ୍ତା କୋର୍ଟ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଥିଲେ। ତେବେ ସୁପ୍ରିମକୋର୍ଟରେ ମାମଲା ଖାରଜ ହୋଇ ଯାଇଛି।