ସବୁବେଳେ ଦେଖା ଦେଉଛି କି ଆର୍ଥିକ ସମସ୍ୟା ? ଜାଣନ୍ତୁ ଏହାର କାରଣ ଓ ପ୍ରତିକାର
ଘର ବା ଅନୁଷ୍ଠାନର ଉତ୍ତର-ପଶ୍ଚିମ ଦିଗରେ ଯଦି ଟଏଲେଟ୍ ଥାଏ ତେବେ ଆପଣଙ୍କୁ କେହି ଆର୍ଥିକ ଉନ୍ନତି ପାଇଁ ସାହାର୍ଯ୍ୟ କରିପାରିବେ ନାହିଁ । ଯଦି ଏହି ଦିଗରେ ସବୁଜ ରଙ୍ଗ ମଧ୍ୟ ଥାଏ ତେବେ ଏହି ଦିଗ ଅସନ୍ତୁଳିତ ହୋଇଥାଏ । ଫଳରେ ଆର୍ଥିକ ସ୍ଥିତିରେ ସ୍ଥିରତା ଆସିନଥାଏ ଏବଂ ସଦାସର୍ବଦା ଆର୍ଥିକ ସମସ୍ୟା ଲାଗି ରହେ ।ତେଣୁ ଏହି ଦିଗକୁ ସନ୍ତୁଳିତ କରନ୍ତୁ । ଯାହାଫଳରେ କି ସମାଜ, ବ୍ୟକ୍ତିବିଶେଷ କିମ୍ବା ବ୍ୟାଙ୍କରୁ ଆପଣ ଆର୍ଥିକ ସାହାଯ୍ୟ ଦର୍କାର୍ ସମୟରେ ପାଇପାରିବେ ।
ଉପଯୁକ୍ତ ରଙ୍ଗ ଉପଯୁକ୍ତ ଦିଗରେ ଲଗାଇଲେ ତାହା ନକାରାତ୍ମକ ଉର୍ଜାକୁ ନଷ୍ଟ କରିଥାଏ ଓ ସକରାତ୍ମକ ଉର୍ଜାକୁ ବର୍ଦ୍ଧିତ କରିଥାଏ । ତେଣୁ ଆପଣ ଉପଯୁକ୍ତ ରଙ୍ଗ ଉପଯୁକ୍ତ ଦିଗରେ ଲଗାଇବା ଉଚିତ୍ ଅଟେ । ଯଦି ଉତ୍ତର ଦିଗରେ ଆପଣଙ୍କର ଅଫିସ୍ ଅଛି ଓ ଅଫିସର ରଂଗ ଲାଲ୍ କିମ୍ବା ପିଙ୍କ୍ ରଙ୍ଗ ହୋଇଥାଏ ତେବେ ଆପଣ ସହଜରେ ଦେଇଥିବା ଟଙ୍କା ବା ବିକ୍ରି ହୋଇଥିବା ପଦାର୍ଥର ମୂଲ୍ୟ ପଇନଥାନ୍ତି । ଏପରିକି ଆପଣ ନୂତନ ଅର୍ଡର ମଧ୍ୟ ମିଳେ ନାହିଁ ।
ଯଦି କୈାଣସି ପ୍ରକାରର ମେଟାଲ୍ ଆପଣଙ୍କ ଅଫିସ୍ର ପୂର୍ବ ଦିଗରେ ଥାଏ ତେବେ ସରକାରଙ୍କ ପକ୍ଷରୁ ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ପକ୍ଷରୁ ସମସ୍ୟା ଆସିଥାଏ । ଯାହାଫଳରେ କି ଆପଣଙ୍କର ଆର୍ଥିକ ଉନ୍ନତି ହାଇନଥାଏ ।
ମାର୍କେଟିଂଗ୍ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନୀଳ ଏବଂ କଳା ରଙ୍ଗ ବ୍ୟବହାର କରନ୍ତୁ ନାହିଁ ଓ ଅଫିସ୍ ଦକ୍ଷିଣ ଦିଗ ବ୍ୟବହାର କରନ୍ତୁ ନାହିଁ । ଏମାନଙ୍କ ପାଇଁ ଧନକୁ ଆକର୍ଷିତ କରିବା ପାଇଁ ଉତ୍ତର ଦିଗ ଉଚିତ୍ ଅଟେ ।
ମାର୍କେଟିଂଗ୍ ପ୍ରଫେସନାଲମାନେ ତାଙ୍କର କାର୍ଯ୍ୟକଳାପ ଅଫିସ୍ର ପୂର୍ବ ଦିଗରେ କରନ୍ତୁ ଓ ଅଫିସରେ ହଳଦିଆ ଏବଂ ଧୁସର ରଙ୍ଗ ବ୍ୟବହାର କରନ୍ତୁ ନାହିଁ । ସେମାନଙ୍କର ବସିବା ସ୍ଥାନ ନୀଳ ରଙ୍ଗ ହେବା ଉଚିତ୍ ଅଟେ । ନୀଳ ରଙ୍ଗ, ମାର୍କେଟିଂଗ୍ ବ୍ୟକ୍ତିମାନଙ୍କୁ ନୂତନ ଗ୍ରାହକ ଓ ତାଙ୍କ ସହିତ ସମ୍ପର୍କ ରଖିବାରେ ସାହାଯ୍ୟ କରିଥାଏ । ସେମାନେ ପଶ୍ଚିମ ଦିଗକୁ ମୁହଁ କରି ବସନ୍ତୁ ଯାହାଦ୍ୱାରା କି ପ୍ରଚୁର ଅର୍ଡର ଆସିଥାଏ ।
ଧନ ପ୍ରତ୍ୟେକ ବ୍ୟବସାୟର ଆତ୍ମା ଅଟେ । ବାସ୍ତୁ ସମ୍ମତ ଘର, ଅଫିସ୍ ବା ଫ୍ୟାକ୍ଟ୍ରି, ଧନ ଆକର୍ଷିତ କରିଥାଏ ।
ଉତ୍ତର ଦିଗର ପ୍ରଧାନ ରଙ୍ଗ ହେଉଛି ନୀଳ । ରୋଷେଇ କକ୍ଷ, ଟଏଲେଟ୍, ଡଷ୍ଟୱିନ, ୱାସିଂ ମେସିନ୍, ମିକ୍ସଚର ଗ୍ରାଇଣ୍ଡର୍ ଓ ଲାଲ୍ ରଙ୍ଗ ଏହି ଦିଗରେ ବ୍ୟବହାର କରନ୍ତୁ ନାହିଁ । ଅଫିସ୍ ରୁମରେ ମନି ପ୍ଲାଂଟ୍ ଏକ ସବୁଜ ରଙ୍ଗର ପାତ୍ରରେ ରଖନ୍ତୁ କିମ୍ବା ଏକ ଜଙ୍ଗଲ୍ର ଛବି ଉତ୍ତର ଦିଗରେ ଲଗାନ୍ତୁ । ଏହା ଧନ ଏବଂ ଉତ୍ତମ କ୍ୟାରିଅର୍ ପାଇଁ ସାହାଯ୍ୟ କରିଥାଏ । ଅଫିସରେ ଏକ ଉତ୍ତମ ପ୍ରବେଶ ଦ୍ୱାର ଯଦି ଠିକ୍ ପଦରେ ଥାଏ ତେବେ ତାହା ସମ୍ପନ୍ନତା ଓ ସୁଖ ଆଣିଥାଏ । ଯଦି ଅଫିସରେ ମୁଖ୍ୟ ଦ୍ୱାର ଠିକ୍ ପଦରେ ନଥାଏ ତେବେ ତାହା ଧନ ଆଗମନରେ ସମସ୍ୟା ସୃଷ୍ଟି କରିଥାଏ । ଉଦାହରଣ ସ୍ୱରୂପ ଦକ୍ଷିଣ-ପଶ୍ଚିମ ଦ୍ୱାର ଋଣ ଦେବା, ଋଣ ନେବା ଏବଂ ଆର୍ଥିକ ସମସ୍ୟାକୁ ନିମନ୍ତ୍ରିତ କରିଥାଏ । ଉତ୍ତର ଦିଗରେ ଥିବା ମୁଖ୍ୟ ଦ୍ୱାର କ୍ୟାରିଅର୍ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଥାଏ ଓ ଧନର ଆଗମନ ହୋଇଥାଏ । ପୂର୍ବ ଦିଗରେ ଘର ଓ ଅଫିସର ଦ୍ୱାର ଥିଲେ ତାହା ମାନସିକ ଶାନ୍ତି ଆଣିଥାଏ । ଯଦି ପଶ୍ଚିମ ଦିଗରେ ମୁଖ୍ୟ ଦ୍ୱାର ଥାଏ ତାହା ପ୍ରଚୁର ଧନ ଓ ଲାଭ ଆଣିଥାଏ ।
ରୋଷେଇ ଘରକୁ ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ କରନ୍ତୁ । ଏହାର ମଖ୍ୟ ରଙ୍ଗ ହେଲା-ଲାଲ୍, ଅରେଞ୍ଜ୍ ଏବଂ ପିଙ୍କ୍ । ଡ୍ରଇଂଗ୍ ରୁମ୍ ଓ ଟେୁବୁଲ୍ ଉତ୍ତର ଦିଗରେ ସ୍ଥାପନ କରନ୍ତୁ ।
ପଶ୍ଚିମ ଦିଗର ମୁଖ୍ୟ ରଙ୍ଗ ହେଲା ଧଳା ଏବଂ ହଳଦିଆ । ଗୋଲାକାର ଆକୃତି ହେଉଛି ପୃଥିବୀ ତତ୍ତ୍ବର ଚିହ୍ନ । ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ ସଂଚୟର ଦିଗ ଅଟେ । ଏହାକୁ ସଦାସର୍ବଦା ସଫା ରଖନ୍ତୁ । ସୁଇମିଂ ପୁଲ ଦକ୍ଷିଣ-ପଶ୍ଚିମ ଦିଗର ନର୍ମାଲ୍ ଗ୍ରାଉଣ୍ଡ୍ ଠାରୁ ତଳେ ରଖନ୍ତୁ ନାହିଁ । ଏହି ନିୟମ ଘର, ଅଫିସ୍ ଏବଂ ଅନ୍ୟ କୈାଣସି ବିଲ୍ଡିଂଗ୍ ପାଇଁ ଉପଯୁକ୍ତ ଅଟେ ।
କ୍ୟାସ୍ ଲକର୍ କୈାଣସି ବିମ୍ ତଳେ ରଖନ୍ତୁ ନାହିଁ । କାରଣ ତାହା ଅର୍ଥ ଆଗମନରେ ବାଧା ସୃଷ୍ଟି କରିଥାଏ ।
ମନରଖନ୍ତୁ, ଉତ୍ତର, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ, ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ପୂର୍ବ, ପୂର୍ବ-ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ-ପୂର୍ବ ଓ ଦକ୍ଷିଣ ଦିଗ ଯଦି ସନ୍ତୁଳିତ ଥାଏ ଓ କୈାଣସି ପ୍ରକାର ଦୋଷ ନଥାଏ ତେବେ ଆପଣଙ୍କୁ ଧନର ସୁରକ୍ଷା ଓ ସମୃଦ୍ଧି ମିଳିଥାଏ ।